ପିଲାଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ଅଭିଭାବକ
ମୋହନା,(ଯୁଗାବ୍ଦ ନ୍ୟୁଜ୍) : ସ୍କୁଲରେ ଆବଶ୍ୟକୀୟ ଶିକ୍ଷକ ଓ ଶିକ୍ଷୟତ୍ରୀ ଥାଇ ମଧ୍ୟ ପିଲା ମାନଙ୍କର ଭବିଷ୍ୟତକୁ ନେଇ ଚିନ୍ତାରେ ଅଭିଭାବକ । ପ୍ରତିବର୍ଷ ସରକାର ଙ୍କ ତରଫରୁ ବିଦ୍ୟାର୍ଥୀ ମାନଙ୍କ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ତାହା ବାଟ ମଣା ହେଉଥିବାର ଦେଖିବାକୁ ମିଳିଛି ଗଜପତି ମୋହନା ଅଂଚଳରେ । ମିଳିଥିବା ସୂଚନା ଅନୁଯାୟୀ ମୋହନା ବ୍ଲକ ବିରିକୋଟ ପଂଚାୟତର ଲୁଥୁରୀ ପ୍ରାଥମିକ ବିଦ୍ୟାଳୟଟି ୨୦୦୭ ମସିହାରେ ସ୍ଥାପିତ ହୋଇଥିଲା । ଏହି ସ୍କୁଲରେ ପ୍ରଥମ ଠାରୁ ପଂଚମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାର୍ଥୀ ମାନଙ୍କର ପାଠପଢାର ସୁଯୋଗ ରହିଥିବା ବେଳେ ସ୍କୁଲରେ ଶିକ୍ଷକ ୩ ଜଣ ନିୟୋଜିତ ହୋଇଛନ୍ତି । ସମୁଦାୟ ବିଦ୍ୟାର୍ଥୀଙ୍କ ସଂଖ୍ୟା ୪୦ ହୋଇଥିବା ବେଳେ ପ୍ରଧାନ ଶିକ୍ଷକ ସରକାରୀ କାମ ଅଛି ବୋଲି କହି ପ୍ରାର୍ଥନା ପରେ ଘରୁ ଚାଲିଯାଉଥିବା ଅଭିଯୋଗ ହେଉଥିବା ବେଳେ ଶିକ୍ଷୟତ୍ରୀ ଜଣକ ମଧ୍ୟାହ୍ନ ଭୋଜନ ପରେ ନିଜ ଘରକୁ ଚାଲିଯାଉଥିବା ଅଭିଯୋଗ ହେଉଛି । ୪୦ ବିଦ୍ୟାର୍ଥୀଙ୍କୁ ଜଣେ ଶିକ୍ଷକ ପାଠ ପଢାଇବା ସମ୍ବବ ପର ହୋଇନଥିବା ବେଳେ ଛାତ୍ରଛାତ୍ରୀ ମାନେ ନିଜେ ପଢୁଥିବାର ନଜିର ରହିଛି । ଏପରିକି କୈାଣସି ମିଶାଣ ଓ ଫେଡାଣ ବିସୟରେ ପଚାରିଲେ ପିଲା କହିପାରୁନାହାନ୍ତି ।ଏପରିକି ମଧ୍ୟାହ୍ନ ଭୋଜନରେ ମଧ୍ୟ ଅନିୟମିତତା ହେଉ୍ଥିବା ଅଭିଯୋଗ ହେଉଛି । ଗତ କିଛି ବର୍ଷ ଧରି ବିଦ୍ୟାଳୟକୁ କୈାଣସି ପ୍ରଶାସନିକ ଅଧିକାରୀଙ୍କ ଗସ୍ତ ହୋଇନଥିବା ବେଳେ ଏଭଳି ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କର ମନଇଚ୍ଛା କାର୍ଯ୍ୟ ଚାଲିଛି । ଅନ୍ୟ ପଟେ ସିଆରସି ରୁଟିନ ଅନୁସାରେ ପରିଦର୍ଶନ ହେଉଛି । ଯଦି କିଛି ଅଭିଯୋଗ ଥାଏ ତେବେ ତଦନ୍ତ କରାଯାଇ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅତିରିକ୍ତ ଅଧିକାରୀ ଯୁଧିଷ୍ଟିର ବେହେରା ସୂଚନା ଦେଇଛନ୍ତି ।



