ଜନ୍ମଦିବସରେ ଯୁବ ବିଜେଡି ସଭାପତି ନଚିକେତାଙ୍କୁ ଛୁଟିଲା ଶୁଭେଚ୍ଛାର ସୁଅ
ଆସିକା, (ଯୁଗାବ୍ଦ ନ୍ୟୁଜ):ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀର ଅନ୍ୟତମ ଅତ୍ୟନ୍ତ, ମିଷ୍ଟଭାଷୀ, ପରୋପକାରୀ, ଲୋକପ୍ରିୟ ନେତା ରୂପେ ପରିଚିତ ଥିବା ଗଂଜାମ ଜୋନ୍ ଯୁବ ବିଜେଡି ସଭାପତି ନଚିକେତା ସ୍ୱାଇଁ ୪୭ ବର୍ଷରେ ପଦାର୍ପଣ କରିସାରିଛନ୍ତି । ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜନୀତିରେ ପାଦ ଥାପି ଦଳୀୟ ନେତା, ଶୁଭେଚ୍ଛୁ ଓ ସମର୍ଥକଙ୍କ ସହଯୋଗ ଏବଂ ମାର୍ଗଦର୍ଶନରେ ଅତୀତରେ ଅନୁଷ୍ଠିତ ହୋଇଥିବା ପଂଚାୟତ ନିର୍ବାଚନ, ପୌର ନିର୍ବାଚନ ଓ ସମବାୟ ନିର୍ବାଚନରେ ନିଜର ସାଙ୍ଗଠନିକ ଦକ୍ଷତାକୁ ପ୍ରତିପାଦନ କରି ବିଜେଡିକୁ ବିଜୟର ସ୍ୱାଦ ଚଖାଇବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଆସିଥିବା ଗଂଜାମ ଜୋନ୍ ଯୁବ ବିଜେଡି ସଭାପତି ନଚିକେତା ସ୍ୱାଇଁଙ୍କ ୪୭ତମ ଜନ୍ମଦିବସ ଅବସରରେ ସ୍ଥାନୀୟ କଳିଙ୍ଗ ରୋଡ ସ୍ଥିତ ବିଜେଡି କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆସିକାର ପୂର୍ବତନ ବିଧାୟିକା ମଂଜୁଳା ସ୍ୱାଇଁ, ବରିଷ୍ଠ ବିଜେଡି ନେତା ଦିଲୀପ କୁମାର ପାଣିଗ୍ରାହୀ, ଜିଲ୍ଲା ପରିଷଦ ସଦସ୍ୟ ବି.ମନୋଜ କୁମାର ଦୋରା, ବରିଷ୍ଠ ବିଜେଡି ନେତା ସୂର୍ଯ୍ୟକାନ୍ତ ପରିଡା, ଭବାନୀ ଶଙ୍କର ମଲିକ, ଅନିଲ୍ କୁମାର ନାୟକ, ଟୁକୁନା ପରିଡା, ସନ୍ତୋଷ କୁମାର ପୋଲାଇ, ଶିବ ନାହାକ, ରାଜେଶ୍ କୁମାର ପଟ୍ଟନାୟକ, ରବିନ୍ଦ୍ର କୁମାର ସାମଲ, ନନ୍ଦ କୁମାର ବିଷୋୟୀ, କୈଳାଶ ଚନ୍ଦ୍ର ପ୍ରଧାନ, ନିଗମାନନ୍ଦ ରାଉତ, ଜିତେନ୍ଦ୍ର କୁମାର ମହାରଣା, ଆକାଶ ସ୍ୱାଇଁ, ଜୟସେନ ସ୍ୱାଇଁ, ଜିତେନ୍ଦ୍ର କୁମାର ବିଷୋୟୀ, କିଶୋର ପ୍ରଧାନ, ରଂଜନ କୁମାର ବିଷୋୟୀ, କିରଣ ଭୂୟାଁ, ପ୍ରମୋଦ ପ୍ରଧାନ, ସଂଜୟ ଜେନା, ଅମିତ୍ ନାହାକ, ଭରତ ନାହାକ, ଟୁଲୁ ଜେନା, ନିଳାଞ୍ଚଳ ଗୌଡ, ମୁନା ବାରିକ, ନାରାୟଣ ସ୍ୱାଇଁ, ପ୍ରତାପ ପ୍ରଧାନ, କେ.ରବିନ୍ କୁମାର ପାତ୍ର, ସାଇରାଜ ଦଳେଇ, କାହ୍ନୁ ଚରଣ ଦଳେଇ, କେଶବ ଦାଶ, ମଧୁସୂଦନ ସ୍ୱାଇଁ, ସନ୍ତୋଷ ନାୟକ, ସୁକାନ୍ତ ସାହୁ, ସନ୍ତୋଷ ନାହାକ, ନରେନ୍ଦ୍ର ନାହାକଙ୍କ ସମେତ ବହୁ ଦଳୀୟ ନେତା, କର୍ମୀ, ଶୁଭେଚ୍ଛୁ, ସମର୍ଥକ, ରାଜନେତା ଯୋଗଦେଇ ଜନ୍ମଦିନର ଶୁଭେଚ୍ଛା ଜଣାଇଥିବା ଦେଖିବାକୁ ମିଳିଥିଲା । ୪୭ ବର୍ଷରେ ପଦାର୍ପଣ କରିଥିବା ଗଂଜାମ ଜୋନ୍ ଯୁବ ବିଜେଡି ସଭାପତି ନଚିକେତା ସ୍ୱାଇଁ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀର ରାଜନୀତି ଓ ସମାଜସେବା କ୍ଷେତ୍ରରେ ସଂପୁର୍ଣ୍ଣ ସକ୍ରିୟ ଥିବା ଦେଖିବାକୁ ମିଳିଛି । ବିଜୁ ଜନତା ଦଳର ଜଣେ ଶୃଙ୍ଖଳିତ ସୈନିକ ଭାବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ ଲୋକଙ୍କ ସୁଖ ଦୁଃଖରେ ସେ ନିଜକୁ ସଦାସର୍ବଦା ସାମିଲ୍ କରିଆସିବା ସହ ଦଳ ପ୍ରତି ରହିଥିବା ଦାୟିତ୍ୱ ଓ କର୍ତ୍ତବ୍ୟକୁ ସୁଚାରୂ ରୂପେ ସଂପାଦନ କରିଆସୁଥିବା ଦେଖିବାକୁ ମିଳୁଛି । ଦୈନିକ ୧୪ ରୁ ୧୮ ଘଣ୍ଟ ପର୍ଯ୍ୟନ୍ତ ଜନସେବା ଓ ଦଳୀୟ କାର୍ଯ୍ୟରେ ସଦାସର୍ବଦା ବ୍ୟସ୍ତ ରହୁଥିବା ଗଂଜାମ ଜୋନ୍ ଯୁବ ବିଜେଡି ସଭାପତି ନଚିକେତା ସ୍ୱାଇଁଙ୍କୁ ଜନ୍ମ ଦିବସରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଥିବା ଦେଖିବାକୁ ମିଳିଛି ।


