ଇନୋସେଟିଭ୍ ମିଶନ କୃଷକ ଉତ୍ପାଦକ ସଙ୍ଗଠନର ବାର୍ଷିକ ସାଧାରଣ ବୈଠକ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଇନୋସେଟିଭ୍ ମିଶନ କୃଷକ ଉତ୍ପାଦକ ସଂଗଠନର ବାର୍ଷିକ ସାଧାରଣ ବୈଠକ ନିଳୋକ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ସରପଞ୍ଚ ରଜନୀ ସେଠୀ, ଶିକ୍ଷାବିତ୍ ବାବାଜି ଚରଣ ଦଳେ, ସନାତନ ନାୟକ, କୃଷକ ଉତ୍ପାଦକ ସଂଗଠନର ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ବୈରୀଗଞ୍ଜନ ଯୋଗ ଦେଇ ବୈଠକକୁ ପ୍ରଦୀପ ପ୍ରଜ୍ଜେ୍ୱାଳନ ପୂର୍ବକ ଉଦ୍‌ଘାଟନ କରିଥିଲେ । ଏଥିରେ ଅତିଥି ଭାବେ ନାବାର୍ଡର ଜିଲା ଉନ୍ନୟନ ଅଧିକାରୀ ଦୀପକ କୁମାର ସାହୁ, ସି.ଡି.ଏ.ଆର ଭୁବନେଶ୍ୱରର ଅଶୋକ କୁମାର ରଥ ଯୋଗ ଦେଇ ଉତ୍ପାଦକ ସଂଗଠନ ଦ୍ୱାରା ମାଛ ଏବଂ ଅନ୍ୟାନ୍ୟ କୃଷିଜାତ ସାମଗ୍ରୀର କିପରି ସଫଳ ବିକ୍ରି ବଟା କରାଯାଇ ଆୟକୁ ଦ୍ୱିଗୁଣିତ କରାଯାଇ ପାରିବ ସେ ସଂପର୍କରେ ଆଲୋକପାତ କରିଥିଲେ । ଶେଷରେ ସୁଧିର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ଶତାଧିକ ଚାଷୀ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ବୁଦ୍ଧିରାମ ଜେନା, ସୁଶାନ୍ତ ଜେନା, ବନମାଳୀ ବାରିକ, ଭାସ୍କର ସାହୁ, ବର୍ଷା ପ୍ରିୟଦର୍ଶନୀ ମହାନ୍ତି, ବିଷୟା ଜେନା ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ