ନିନ୍ମମାନର ରାସ୍ତାକାମ ଅଭିଯୋଗ

ନବରଙ୍ଗପୁର,(ୱାଇଏନଏସ): ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ନୂଆକୋଟ ପଚାୟତରେ ମୁଖ୍ୟମନ୍ତ୍ରୀ ସଡକ ଯୋଜନା ରେ ଜାମ୍ବଗୁଡ଼ା ଠାରୁ କଣ୍ଟାମାଲ ଭାୟା କିଡିଂଗୁଡା ପର୍ଯ୍ୟନ୍ତ ୫୮୫ ଲକ୍ଷ ଟଙ୍କା ବ୍ୟୟରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପିଚୁ ରାସ୍ତାକାମ କରାଯାଇଛି।ଏହି ରାସ୍ତା କାମ ରେ କିଡିଂଗୁଡା ଗାଁରୁ କଣ୍ଟାମାଲ ପର୍ଯ୍ୟନ୍ତ କରାଯାଇଥିବା କାମ ନିନ୍ମମାନର ହୋଇଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ରାସ୍ତା କାମରେ ଉନ୍ନତ ପିଚୁ ବ୍ୟବହାର ହୋଇନଥିବାବେଳେ ବିଛାଯାଇଥିବା ପିଚୁ ତଳେ ଧୂଳି ମାଟି ରହିଛି ଯାହା ଫଳରେ ପିଚୁ ଅଂଶ ବହାରିପଡୁଛି । ଗ୍ରାମବାସୀମାନେ ଏହାକୁ ଦେଖାଇବାକୁ ଯାଇ ରାସ୍ତା ଉପରୁ ପିଚୁ ବାହାର କରି ଦେଖାଇଛନ୍ତି । ଲୋକଙ୍କ ଅଭିଯୋଗ ପ୍ରକାରେ ତଳେ ଡବ୍ଲୁଏମଏମ ବିଛାଯାଇଛି କିନ୍ତୁ ପିଚୁ କାମ ବେଳକୁ ସେଥିରୁ ଧୂଳି ସଫା କରାନଯାଇ ପିଚୁ ଢାଳି ଦିଆଯାଇଛି। ଯାହାକି ହାତରେ ବାହାର କଲେ ପିଚୁ ଉଠିଯାଉଛି। ଏହାକୁ ନେଇ ଗ୍ରାମବାସୀମାନେ ନିଜର ଅସନ୍ତୋଷ ଜାହିର କରିଛନ୍ତି । କାମ ଚାଲିଥିବା ବେଳେ କୌଣସି ଵିଭାଗୀୟ ଅଧିକାରୀ ଆସୁନଥିବାରୁ ଠିକାଦାର ନିଜ ମନମୁତାବକ କାମ କରିଥିବା କହିଛନ୍ତି ଗ୍ରାମର ମନୋଜ ପତି, ମଙ୍ଗଳ , ଖଗପତି ଏବଂ ଅନ୍ୟ ଗ୍ରାମବାସୀ ।ତେବେ ଏ ସମ୍ପର୍କରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ କେସବ ନାୟକଙ୍କୁ ପଚାରିବାରୁ ସେ କାମ ଚାଲିଥିବାବେଳେ ତଦାରଖ ପାଇଁ ଯାଉଥିଲେ ଏବଂ ରାସ୍ତା କାମ ଠିକ ହୋଇଛି ଗ୍ରାମବାସୀଙ୍କ ଅଭିଯୋଗ ଭିତ୍ତିହୀନ । ରାସ୍ତାରେ ପିଚୁ ବିଛାଇବା ପରେ ୨୮ଦିନ ପର୍ଯ୍ୟନ୍ତ ଏହା ରାସ୍ତାରେ ଲାଖିବା ପାଇଁ ସମୟ ଲାଗେ ତେଣୁ ବର୍ତ୍ତମାନ ପିଚୁ କୁ ରାସ୍ତାରୁ ବାହାର କଲେ ତାହା ବାହାରି ପଡ଼ିବ ସେଥିପାଇଁ ଗ୍ରାମବାସୀ ଏହାକୁ ଅପେକ୍ଷା କରିବାକୁ ପଡିବ ବୋଲି କନିଷ୍ଠ ଯନ୍ତ୍ରୀ ଅନୁରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ