ଆସିକା ପିଏମ୍‍ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ କ୍ଳଷ୍ଟରସ୍ତରୀୟ ଖେଳକୁଦ ପ୍ରତିଯୋଗିତା

ଆସିକା, (ଯୁଗାବ୍ଦ ନ୍ୟୁଜ):କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ପରାମର୍ଶକ୍ରମେ ଆସିକା ପିଏମ୍‍ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ବ୍ରହ୍ମପୁର କ୍ଳଷ୍ଟରସ୍ତରୀୟ ଖେଳକୁଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ଖେଳକୁଦ ପ୍ରତିଯୋଗିତାରେ ପିଏମ୍‍ଶ୍ରୀ ବ୍ରହ୍ମପୁର କ୍ଳଷ୍ଟର ଅଧୀନସ୍ଥ ଆସିକା ପିଏମ୍‍ଶ୍ରୀ କେନ୍ଦ୍ରୀୟ, ବ୍ରହ୍ମପୁର ପିଏମ୍‍ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ, ଚିଲିକା ପିଏମ୍‍ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ, ଗୋପାଳପୁର ପିଏମ୍‍ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ, କନ୍ଧମାଳ ପିଏମ୍‍ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ, ଭଂଜନଗର କେନ୍ଦ୍ରୀୟ ବିଦ୍ୟାଳୟ, ଦିଗପହଣ୍ଡି କେନ୍ଦ୍ରୀୟ ବିଦ୍ୟାଳୟ, ଛତ୍ରପୁର କେନ୍ଦ୍ରୀୟ ବିଦ୍ୟାଳୟ, ହିଂଜିଳିକାଟୁ କେନ୍ଦ୍ରୀୟ ବିଦ୍ୟାଳୟରେ ଅଧ୍ୟୟନରତ ଥିବା ୨ୟରୁ ୫ମ ଶ୍ରେଣୀର ପ୍ରାୟ ୪୦୦ ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଦୌଡ, ଲମ୍ବାଡିଆଁ, ଉଚ୍ଚାଡିଆଁ, ବଲ୍‍ଫିଙ୍ଗା ଭଳି ୧୧ଟି ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଆସିକା ପିଏମ୍‍ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ବଳରାମ ମହାନ୍ତି ଏହି କ୍ଳଷ୍ଟରସ୍ତରୀୟ ଖେଳକୁଦ ପ୍ରତିଯୋଗିତାକୁ କ୍ରୀଡା ଧ୍ୱଜା ଉତ୍ତୋଳନ କରି ଆନୁଷ୍ଠାନିକ ଭାବେ ଉଦ୍‍ଘାଟନ କରି ପାଠପଢା ସହିତ ଛାତ୍ରଛାତ୍ରୀଙ୍କ ଶାରୀରିକ ଓ ମାନସିକ ସମନ୍ୱୟ ରକ୍ଷା କ୍ଷେତ୍ରରେ କ୍ରୀଡାର ଭୂମିକା ବେଶ୍‍ ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ । ଆସିକା ପିଏମ୍‍ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିବା ଏହି ଖେଳକୁଦ ପ୍ରତିଯୋଗିତାରେ ବ୍ରହ୍ମପୁର ପିଏମ୍‍ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ଚାମ୍ପିୟନ୍‍ ହୋଇଥିଲା ବେଳେ ଚିଲିକା ପିଏମ୍‍ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ଉପବିଜେତା ହୋଇଥିବା ଜଣାପଡିଛି । ଏହି କ୍ଳଷ୍ଟରସ୍ତରୀୟ ଖେଳକୁଦ ପ୍ରତିଯୋଗିତାର ଉଦ୍‍ଯାରନୀ କାର୍ଯ୍ୟକ୍ରମରେ ଭଂଜନଗର ପିଏମ୍‍ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ କମାନୁ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଛାତ୍ରଛାତ୍ରୀମାନେ କ୍ରୀଡା କ୍ଷେତ୍ରରେ ନିଜର ପ୍ରତିଭା ଦେଖାଇ ଭଲ ଖେଳାଳୀ ହେବାକୁ ଆହ୍ୱାନ କରିବା ସହ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରି ସମ୍ମାନିତ କରିଥିଲେ । ଆସିକା ପିଏମ୍‍ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିବା ଏହି କ୍ଳଷ୍ଟରସ୍ତରୀୟ ଖେଳକୁଦ ପ୍ରତିଯୋଗିତାକୁ ସୁପରିଚାଳନା କରିବା ଦିଗରେ ଶିକ୍ଷକ ଜଗବୀର ସିଂ, ଅମିତା ଦୁବେ, ସ୍ମୃତିରଂଜନ ପାତ୍ର, ଅଶ୍ୱିନୀ କର୍ମକାର, ରୋଜାଲିନ୍‍ ସାହୁ, ପୂଜା, ଟି.ବଂଶୀମୋହନ କ୍ରିଷ୍ଣା, ରୋଜବନ୍ତୀ, ଦୋବି ପାୟନ ଭଟ୍ଟାରାର୍ଯୀ, ଶଶୀଭୂଷଣ ରଥ, ସୁବ୍ରତ କୁମାର ସେଠୀ, ସିମାଂଚଳ ବିଷୋୟୀ, ହୀନା ଜରିନ୍‍, ଅବିଶେକ କୁମାର ବର୍ମା, ପ୍ରଶାନ୍ତ ମୀନା, ସୌମ୍ୟ ସୁରଭିକା, ସତ୍ୟବାଦୀ ବେହେରା, ପିକଲ ନାରାୟଣ, ଶିବନନ୍ଦିନୀ ପାଢୀ, ଏମ୍‍.ସନ୍ତୋଷିନୀ ପାତ୍ର, ଚିନ୍ମୟୀ ସାହୁ, ତପସ୍ୱିନୀ ସାହୁ, ହରେକୃଷ୍ଣ ପାଣିଗ୍ରାହୀ, ହରେକୃଷ୍ଣ ବିଷୋୟୀ, ପ୍ରିୟମ୍‍ ପ୍ରଧାନ, ଶୁଭଶ୍ରୀ ମହୁଳିଆ, ଅମୀୟ ରଂଜନ ସାବତ, ଚନ୍ଦନ ଲୁହାରଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସକ୍ରିୟ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ