ପିଲାଙ୍କ ଦାନା ମାରିବାକୁ ପଛାଇଲେ ନାହିଁ ଦୃବୁର୍ତ୍ତ, ଚୋରି କଲେ ନେଲେ ରୋଷେଇ ସାମଗ୍ରୀ
ବନ୍ତ, (ଚାନ୍ଦିନୀ ମହାନ୍ତି):ବିଦ୍ୟାଳୟର ପିଲା ମାନଙ୍କର ଦାନା ମାରିବାକୁ ପଛାଇଲେ ନାହିଁ ବୃବୁର୍ତ୍ତ । ରାତିରେ ସ୍କୁଲ ଘରର ତାଲା ଭାଙ୍ଗି ରୋଷେଇ ସାମଗ୍ରୀ ଗୁଡିକୁ ଚୋରି କରି ନେଇଗଲେ । ଫଳରେ ପିଲା ମାନେ କିପରି ମଧ୍ୟାହ୍ନ ଭୋଜନ ଖାଇବେ ସେନେଇ ଶିକ୍ଷକ, ଶିକ୍ଷୟିତ୍ରୀ ଓ ପରିଚାଳନା କମିଟିର ସଭ୍ୟ ମାନେ ବ୍ୟତିବ୍ୟସ୍ତ ହୋଇପଡିଲେ । ଶେଷରେ ସ୍ଥାନୀୟ ଗ୍ରାମରୁ ଜାଳେଣୀ କାଠ ସଂଗ୍ରହ କରି ବହୁ କଷ୍ଟରେ ରୋଷେଇ କରି ପିଲା ମାନଙ୍କୁ ଖାଇବାକୁ ଦିଆଯାଇଥିବାର ଦେଖାଯାଇଛି । ଏଭଳି ଘଟଣା ଘଟିଛି ଭଦ୍ରକ ଜିଲା ବନ୍ତ ଥାନା ଅଧିନ ନିଳୋକ ପଞ୍ଚାୟତ ତଥା ନିଳୋକସ୍ଥିତ ହରିହର ନୋଡାଲ ଉପ୍ରା ବିଦ୍ୟାଳୟରେ । ମଙ୍ଗଳବାର ବିଳମ୍ବିତ ରାତ୍ରରେ ଉକ୍ତ ବିଦ୍ୟାଳୟର ତାଲା ଭାଙ୍ଗି ଦୃବୁର୍ତ୍ତ ମାନେ ବହୁ ସାମଗ୍ରୀ ଚୋରି କରି ନେଇଥିବା ଜଣାଯାଇଛି । ବୁଧବାର ସକାଳେ ପ୍ରଧାନ ଶିକ୍ଷକ ସ୍କୁଲକୁ ଆସି ଅଫିସ ଖୋଲିବା ସହିତ ଅନ୍ୟ ରୁମ୍ ଗୁଡିକୁ ଖୋଲିବା ପାଇଁ ପିଲା ମାନଙ୍କୁ ଚାବିକାଠି ଦେଇଥିଲେ । ପିଲା ମାନେ ଚାବି ଖୋଲିବା ପାଇଁ ଯିବା ବେଳକୁ ରୁମ୍ ଗୁଡିକ ଖୋଲା ଥିବାର ଦେଖାଯାଇଥିଲା । ପ୍ରଧାନ ଶିକ୍ଷକ ଯାଇ ଦେଖିବା ବେଳକୁ ୭ମ ଶ୍ରେଣୀ ରୁମରେ ଲାଗିଥିବା ଏକ ଟୁଲ୍ ପମ୍ପ, ରୋଷେଇ ଘରେ ୨ଟି ଗ୍ୟାସ ସିଲିଣ୍ଡର, ଗୋଟିଏ ଚୁଲା, କିଛି ଥାଳି, ଡିସ ଆଦିକୁ କେହି ଚୋରି କରି ନେଇଥିବାର ଦେଖିବାକୁ ପାଇଥିଲେ । ଫଳରେ ସେ ବ୍ୟତିବ୍ୟସ୍ତ ହୋଇ ବିଦ୍ୟାଳୟ ପରିଚାଳନା କମିଟି ଓ ବିଇଓ ଅଫିସକୁ ଜଣାଇଥିଲେ । କମିଟିର ସଭାପତି ଓ ଅନ୍ୟ ସଦସ୍ୟ ମାନେ ପହଞ୍ôଚ ନିଜେ ଦେଖିବା ସହ ପିଲା ମାନଙ୍କୁ କିପରି ରୋଷେଇ କରି ମଧ୍ୟାହ୍ନ ଭୋଜନ ଦିଆଯାଇ ପାରିବ ସେନେଇ ବ୍ୟବସ୍ଥା କରାଯାଇଥିଲା । ପରେ ପ୍ରଧାନ ଶିକ୍ଷକ ବଟକୃଷ୍ଣ ସେଠୀ ଥାନାରେ ଅଭିଯୋଗ କରିବା ପରେ ପୋଲିସ ପହଞ୍ôଚ ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି । ଅପରପକ୍ଷେ ଏହି ବିଦ୍ୟାଳୟରେ ବାରମ୍ବାର ଚୋରି ହେଉଥିବା ନେଇ ଅଭିଯୋଗ ହେଉଥିଲେ ମଧ୍ୟ ପୋଲିସ ପ୍ରଶାସନ ପକ୍ଷରୁ ସେପରି କୌଣସି ପଦକ୍ଷେପ ନିଆଯାଉନଥିବା କୁହାଯାଇଛି ।