ନିଆଁ ଲାଗି ଦୁଇ ବଖରା ଚାଳ ଛପର ଘର ଭସ୍ମ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ତସହିଲ ଅନ୍ତର୍ଗତ ନନ୍ଦିଗ୍ରାମର ସଂଗ୍ରାମ ପରିଡାଙ୍କର ଦୁଇ ବଖରା ଚାଳ ଛପର ଘର ମଙ୍ଗଳବାର ପୋଡି ଭସ୍ମ ହୋଇଯାଇଛି । ସଂଗ୍ରାମଙ୍କ ପରିବାର ଘରେ ଥିବା ସମୟରେ ହାଠତ ଘରେ ନିଆଁ ଲାଗିଥିବା ଜାଣିବାକୁ ପାଇଥିଲେ । ସଂଗ୍ରାମଙ୍କ ପରିବାର ସହିତ ଗାଁ ଲୋକେ ନିଆଁ ଲିଭାଇବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ନିଆଁକୁ ଆୟତ କରି ପାରି ନଥିଲେ । ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ କରିବାକୁ ଚେଷ୍ଠା କରିଥିଲେ ମଧ୍ୟ ଦୁଇ ବଖରା ଗୃହ ପୋଡି ପାଉଁଶ ହୋଇଯାଇଥିଲା । ଏହି ନିଆଁରେ ଘରେ ଥିବା ସମସ୍ତ ଆସବାବପତ୍ର, ମୁଗ, ବିରି, ଧାନ ଆଦି ଫୋଡି ପାଉଁଶ ହୋଇଯାଇଥିବା ବେଳେ ଯାହାର ମୂଲ୍ୟ ଆନୁମାନିକ ଲକ୍ଷାଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଜାମୁଗାଁ ସର୍କଲ ରାଜସ୍ୱ ନିରୀକ୍ଷକ ଜ୍ୟୋତିଭୂଷଣ ବାରିକ ଘଟଣାସ୍ଥଳରେ ପହଁଚି କ୍ଷୟକ୍ଷତି ଆକଳନ କରିଥିବା ଜଣାଯାଇଛି । ସଂଗ୍ରାମକୁ ସରକାରୀ ସହାୟତା ଯୋଗାଇ ଦେବାକୁ ସରଂପଚ ସୁଭ୍ରସ୍ମୃତି ପରିଡା, ସମାଜସେବୀ ଦିଲ୍ଲିପ ପାଢୀ, ଯୁବନେତା ତୁଷାର କୁଅଁର ଆଦି ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ