ବାରିପଦା ବିଜେପି ପକ୍ଷରୁ ବାଜପେୟୀ ଜନ୍ମଶତବାର୍ଷିକୀ ଓ ସୁଶାସନ ଦିବସ

ବାରିପଦା,(ମୁରାରୀ ମୋହନ ମହାପାତ୍ର):ବିଜେପି ବାରିପଦା ଶାଖା ପକ୍ଷରୁ ବୁଧବାର ଦିନ ଭାରତବର୍ଷର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଶତବାର୍ଷିକୀ ଓ ସୁଶାସନ ଦିବସ ପାଳିତ ହୋଇଯାଇଛି। ଏ ଅବସରରେ ସ୍ଥାନୀୟ ଟକତପୁର ସ୍ଥିତ ବିଜେପି ଜିଲ୍ଲା କାର୍ଯ୍ୟାଳୟ ପରିସରରେରେ ସନ୍ଧ୍ୟାରେ ମନୋଜ୍ଞ ପରିବେଶରେ ଏକ ସଭା ଆୟୋଜିତ ହୋଇଯାଇଛି।
ଦଳର ବାରିପଦା ସହର ଶାଖା ସଭାପତି ବିଜୟ କୁମାର ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏଇ ସମାବେଶରେ ବିଜେପି ରାଜ୍ୟ ପ୍ରବକ୍ତା କବିବିଷ୍ଣୁ ଶତପଥୀ, ଜିଲ୍ଲା ଉପସଭାନେତ୍ରୀ ଶୋଭାବତୀ ଓତା, ବରିଷ୍ଠ ନେତ୍ରୀ ସୁମନ ସିଂ ଓ ଲକ୍ଷ୍ମୀ ସାହୁ ତଥା ପଦ୍ମଶ୍ରୀ ଦମୟନ୍ତୀ ବେଶ୍ରା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ବାଜପେୟୀଙ୍କ ଆଦର୍ଶ ଓ ସୁଶାସନ ଦିବସର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ।
କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ସୁବ୍ରତ ମୁଖୀ, ରସିକାନନ୍ଦ ମିଶ୍ର, ଦେବବ୍ରତ ସାମଲ, ସଂଜିତ ବେହେରା, ଅଭିଜିତ ପଣ୍ଡା, ତରୁଣ ପାଲବାବୁ, ଶଙ୍କର୍ଷଣ ପଣ୍ଡା, ସୁମିତ୍ରା ପାଲବାବୁ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ପ୍ରାରମ୍ଭରେ ବାଜପେୟୀଙ୍କ ପ୍ରତିକୃତିରେ ମାଲ୍ୟାର୍ପଣ କରାଯାଇଥିଲା। କାର୍ଯ୍ୟକ୍ରମରେ ଶତାଧିକ ଦଳୀୟ କର୍ମୀ ସାମିଲ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ