ରାଜ୍ୟ ସଭାପତିଙ୍କୁ ଇସ୍ତଫା ପତ୍ର ପଠାଇଲେ ତିନି ବିଜେଡି ନେତା

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ନାଉଗାଁ ବ୍ଳକର ତିନି ବିଜେଡି ନେତା ତାଙ୍କର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେବା ସହିତ ଇସ୍ତଫା ପତ୍ର ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କୁ ପଠାଇଥିବା ଜଣାଯାଇଛି। ତାଙ୍କୁ ଦଳର ସ୍ଥାନୀୟ ନେତୃତ୍ୱ ଅଣଦେଖା କରିବା ହେତୁ ସେମାନେ ଇସ୍ତଫା ଦେଇଥିବା ଇସ୍ତଫା ପତ୍ର ଦର୍ଶାଇଛନ୍ତି। ସେମାନେ ହେଲେ ଜଗତସିଂହପୁର ଜିଲ୍ଲା ଉପସଭାପତି ପ୍ରଦିପ୍ତ କୁମାର ସ୍ବାଇଁ, ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷ ତଥା ଜିଲ୍ଲା ଉପସଭାପତି ଜଗନ୍ନାଥ ଦାସ, ପୂର୍ବତନ ସାଂସଦ ପ୍ରତିନିଧି ଅଜୟ ମହାନ୍ତି । ଅନ୍ୟପଟରେ ଆସନ୍ତା ଜାନୁଆରୀ ୫ ରେ ଏମାନେ ବିଜେପି ଦଳରେ ସାମିଲ ହୋଇପାରନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଏ ସଂପର୍କରେ ବିଜେଡି ଜିଲ୍ଲା କାର୍ଯ୍ୟକାରୀ ସଭାପତି ଜ୍ୟୋତିଷ ଚନ୍ଦ୍ର ଦାସଙ୍କ ମତାମତ ନେବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇପାରିନାହିଁ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ