କୁନି ଛାତ୍ରୀ ଛାତ୍ରଙ୍କ ନାଚରେ ଦୁଲିକିଲା ମଂଚ

କଣାସ,(ପାହାନ୍ତା ସିଂହ ଅଜଳୀ ସାହୁ):କଣାସ ବ୍ଲକ୍ ର ଅଗ୍ରଣୀ ପ୍ରତିଷ୍ଠିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୨୯ତମ ବାର୍ଷିକ ଉତ୍ସଵ ରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟ କ୍ରମରେ ଛାତ୍ର ଛାତ୍ରୀଙ୍କ ନାଚ ଗୀତରେ ମଂଚ ଦୁଲିକି ଯାଇଥିଲା। ଏହାକୁ ଦେଖିବା ପାଇଁ ଅଭିଭାବକ, ଦର୍ଶକମାନେ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଅପେକ୍ଷା କରି ମଜା ନେଇ ଥିଲେ। ଏତେ କମ୍ ବୟସର କୁନି ପିଲାମାନଙ୍କର ଭିତରେ ଏତେ ପ୍ରତିଭା ଲୁଚି ରହିଛି ଦେଖିଲେ ଵିଶ୍ଵାସ କରି ହେଉନଥିଲା,କୁନି ପିଲାମାନଙ୍କ ନାଚ ଗୀତରେ। ଦର୍ଶକ ଓ ଅଭିଭାବକ ମାନେ ବିଭୋର ହୋଇ ଯାଇଥିଲେ। ଛାତ୍ର ଛାତ୍ରୀଙ୍କ ପ୍ରଶଂସା ରେ ଶତମୁଖ ହୋଇଥିଲେ ଅଭିଭାବକ ମାନେ। ସଂଧ୍ୟା ରୁ ବିଳମ୍ବିତ ରାତି ପର୍ୟ୍ୟନ୍ତ ଦଳଗତ ନୃତ୍ୟ,ଓଡ଼ିଆ ଭଜନ, ହିନ୍ଦୀ ଚଳଚ୍ଚିତ୍ର ଗୀତ ର ନୃତ୍ୟ ରେ ମତୁଆଲା ହୋଇ ଥିଲେ ଦର୍ଶକମାନେ। କୁନି ପିଲାମାନେ ରଙ୍ଗ ବେରଙ୍ଗର କଷ୍ଟୁମ ରେ ସଂଜିତ ବେଶ ଆକର୍ଷଣ ଦେଖାଯାଉଥିଲେ । ଆଜିର ଶିଶୁ ଆସନ୍ତା କାଲିର ଦେଶର ସମ୍ପତ୍ତି। ଛାତ୍ର ଛାତ୍ରୀମାନଙ୍କ ପ୍ରତିଭା କୁ ପରିପୃଷ୍ଟ କରିଥିବାରୁ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରାଧାନ ଆଚାର୍ଯ୍ୟ,ଗୁରୁଜୀ ଗୁରୁମାମାନଙ୍କୁ କୃତଜ୍ଞତା ଜଣାଇଲେ ଅଭିଭାବକ ମାନେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ