ଟୁଇନ ସିଟିରେ ଲାଗିବ ହାଇ ରିଜୋଲ୍ୟୁସନ ଏଆଇ କ୍ୟାମେରା

କଟକ, (ଯୁଗାବ୍ଦ ନ୍ୟୁଜ):ଟୁଇନ ସିଟିକୁ ଜଗିବ ଏଆଇ କ୍ୟାମେରା । ଭୁବନେଶ୍ୱର କଟକରେ ଲାଗିବ ହାଇ ରିଜୋଲ୍ୟୁସନ ଏଆଇ କ୍ୟାମେରା । ଆଡଭାନ୍ସ ଫେସିଆଲ୍ ରେକୋକନାଇଜ ସିଷ୍ଟ ଜରିଆରେ ଚିହ୍ନଟ ହେବେ ଅପରାଧୀ ଓ ଟ୍ରାଫିକ ଖିଲାପକାରୀ । ବାୟୋ ମେଟ୍ରିକ୍ସ ଆକ୍ସେସ କଣ୍ଟ୍ରୋଲ ସିଷ୍ଟ ଜରିଆରେ ଚିହ୍ନଟ ହେବେ । ସହର ଭିତରେ ୧ ହଜାର କ୍ୟାମେରା ଥିଲେ ମଧ୍ୟ ଅଧିକାଂଶ ଅଚଳ ରହିଛି । ଟେକ୍ନୋଲୋଜି ଜରିଆରେ ଅପରାଧ କମାଇବା ସହ ଅପରାଧୀଙ୍କୁ ଧରିବା ନେଇ ଗୁରୁତ୍ୱାରୋପ କରିଛନ୍ତି ପୋଲିସ କମିଶନର। ଏହାପରେ ମଧ୍ୟ ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ପାଟ୍ରୋଲିଂକୁ ବ୍ୟାପକ କରିବା ସହ ଆପାର୍ଟମେଣ୍ଟରେ ବ୍ୟାପକ ସିସିଟିଭି, ସିକ୍ୟୁରିଟି ଗାର୍ଡ ମୁତୟନ ନେଇ ଗୁରୁତ୍ୱାରୋପ କରାଯାଇଛି । ପୋଲିସିଂ ବ୍ୟବସ୍ଥାରେ ସାଧରଣ ଲୋକଙ୍କ ଭାଗିଦାରୀ ପାଇଁ ଅଧିକ ଫୋକସ ରହିଛି । ପ୍ରତ୍ୟେକ ସିଭିଲିଆନ ବିନା ପୋଷାକରେ ପୋଲିସିଂ ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ ହେବା ପାଇଁ ଗୁରୁତ୍ୱାରୋପ କରିଛନ୍ତି ଟୁଇନ ସିଟି ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ