ନୂତନ ମନ୍ଦିର ରେ ବିଜେ କରିଲେ ଚତୁର୍ଦ୍ଧାମୂର୍ତ୍ତି

ରାଇକିଆ, (ପ୍ରଦୀପ ବେହେରା):କନ୍ଧମାଳ ଜିଲ୍ଲା ରାଇକିଆ ଠାରେ ଏକ ସପ୍ତାହ ବ୍ୟାପି ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ ଓ ମନ୍ଦିର ପ୍ରବେଶ ଉତ୍ସଵ ଅନୁଷ୍ଠିତ ହୋଇଯାଇଅଛି । ସୋମବାର ସକାଳ ୧୦ଟା ପରେ ଗଣେଶ, ଲକ୍ଷ୍ମୀ, ସନ୍ତୋଷି , ବିମଳାଙ୍କ ବିଗ୍ରହ ସ୍ଥାପନ ପରେ ପୂର୍ବରୁ ଥିବା ଅସ୍ଥାୟୀ ମଣ୍ଡପ ରୁ ନବନିର୍ମିତ ମନ୍ଦୀର କୁ ଚତୁର୍ଦ୍ଧାମୂର୍ତ୍ତି ଙ୍କୁ ଅଣାଯାଇ ରତ୍ନ ସିଂହାସନ ରେ ବିଜେ କରାଯାଇଥିଲା । କର୍ତ୍ତା ଭାବେ କମିଟି ସଭାପତି ସତ୍ୟବାନ ପାତ୍ର, ସମ୍ପାଦକ ବାଇନାଥ ଦାସ, ବିକ୍ରମ ପାଳ, ରାମ ଚନ୍ଦ୍ର ପଣ୍ଡା, ଭଜରାମ ପତି, ରାମକୃଷ୍ଣ ପାତ୍ର ଏବଂ ବାବୁଲି ପାଳ ଅଭିଷେକ କାର୍ଯ୍ୟକ୍ରମ ଦାୟୀତ୍ଵ ତୁଲାଇଥିଲେ । ଏହି ଅବସର ରେ ନାମ ଯଜ୍ଞ, ଘୃତ ଯଜ୍ଞ, ଜ୍ଞାନ ଯଜ୍ଞ, ଅନ୍ନ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟା ରେ ଭୁବନେଶ୍ୱର ରୁ ଆସିଥିବା ଭକ୍ତି ତରଙ୍ଗ ତରଫରୁ ଭଜନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କମିଟି ର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଚତୁର୍ଦ୍ଧାମୂର୍ତ୍ତି ଙ୍କ ଦର୍ଶନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ