ହିନ୍ଦ୍ ମଜବୁତ୍ ସଭା ପକ୍ଷରୁ ବାଜପେୟୀଙ୍କ ଜୟନ୍ତୀ ପାଳିତ
ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍):ହିନ୍ଦ୍ ମଜବୁତ୍ ସଭା ପକ୍ଷରୁ ସ୍ଥାନୀୟ ବଡ ବଜାରସ୍ଥିତ କାର୍ଯ୍ୟାଳୟ ପରିସରରେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତର ସୁନାମଧନ୍ୟ ଜନନାୟକ ସ୍ୱର୍ଗତ ଅଟଳ ବିହାରି ବାଜପେୟୀ ୯୫ ତମ ଜୟନ୍ତୀ ପାଳିତ ହୋଇଯାଇଛି ।ନିର୍ମାଣ ଶ୍ରମିକ ସଂଯୋଜକ ସତ୍ୟ ନାରାୟଣ ତ୍ରିୀପାଠିଙ୍କ ସଭାପତିତ୍ୱ କରିଥିବା ବେଳେ ଆଇନଜୀବି ପ୍ରଭାତ କୁମାର ମିଶ୍ର , ବାଜପେୟୀଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ବାଜପେୟୀଙ୍କ ଜୀବନରେ ହିଁ ଶ୍ରମିକ ମାନଙ୍କ ପାଇଁ ଆଇନ ସଂସଦରେ ଉପସ୍ଥାପିତ କରିଥିଲେ ।ସଭ୍ୟରେ ଅନ୍ୟ ମାନଙ୍କ ମଧ୍ୟରେ ସୁଶାନ୍ତ କର , ନରସିଂହ ପଣ୍ଡିତ,ସନ୍ତୋଷ ତ୍ରୀପାଠି ,ସଂନ୍ଦେଶ ଦାଶ , ସୁରେଶ ପାତ୍ର ,ଅଜିତ ହୋତା, ସାଗର ମହାଙ୍କୁଡ୍ ,ଆଦି ଯୋଗ ଦେଇଥିଲେ ।


