ଶିକ୍ଷାବିତ୍ କାମଦେବ ବିଶ୍ବାଳଙ୍କୁ ଅର୍କଶ୍ରି ପକ୍ଷରୁ ସମ୍ମାନିତ

କୋଣାର୍କ -(ଗଣେଶ ଚନ୍ଦ୍ର ବେହେରା): କୋଣାର୍କ ଭଗବତୀ ପୀଠରେ ଆୟୋଜିତ ହୋଇଯାଇଥିବା ପବିତ୍ର ରଜ ଉତ୍ସବ ଅବସରରେ ବିଶିଷ୍ଟ ସମାଜସେବୀ ତଥା ଶିକ୍ଷାବିତ୍ କାମଦେବ ବିଶ୍ବାଳଙ୍କୁ ଅର୍କଶ୍ରି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଶ୍ରୀଯୁକ୍ତ ବିଶ୍ଵାଳ ଆବାସିକ ସେବାଶ୍ରମ ବିଦ୍ୟାଳୟରୁ ପ୍ରଧାନ ଶିକ୍ଷକ ଭାବେ ଅବସର ଗ୍ରହଣ କଲାପରେ କୋଣାର୍କରେ ବିଭିନ୍ନ ଅନୁଷ୍ଠାନ ସହିତ ସେ ଜଡିତ ଅଛନ୍ତି। ସାମାଜିକ ଅନୁଷ୍ଠାନ ଓ ବିଭିନ୍ନ କାର୍ଯ୍ୟକ୍ରମର ସେ ସ୍ବେଚ୍ଛାସେବୀ ଭାବେ କାର୍ଯ୍ୟ କରିଥାନ୍ତି। କୋଣାର୍କ ବରିଷ୍ଠ ନାଗରିକ ମଞ୍ଚ ସମ୍ପାଦକ ଭାବେ ବରିଷ୍ଠ ନାଗରିକ ମାନଙ୍କ ପାଇଁ କାର୍ଯ୍ୟ କରୁଛନ୍ତି। ଏଥି ସହିତ ଜନ ସାଧାରଣ ଲୋକଙ୍କ ଅଧିକାର, ଆବଶ୍ୟକତା ପାଇଁ କାର୍ଯ୍ୟ କରିବା, ପରିବେଶ ସୁରକ୍ଷା ପାଇଁ ବୃକ୍ଷା ରୋପଣ , ସାହିତ୍ୟ ଅନୁଷ୍ଠାନ ପାଇଁ କାର୍ଯ୍ୟ କରିବା ସହ ଅର୍କଶ୍ରି ରଜ ଉତ୍ସବରେ ସହଯୋଗ ପ୍ରଦାନ କରିଥିଲେ। ତାଙ୍କର ଭବିଷ୍ୟତ ମଙ୍ଗଳ କାମନା କରି ଅର୍କଶ୍ରି ପକ୍ଷରୁ ତାଙ୍କୁ ସମ୍ମାନୀତ କରାଯାଇଥିଲା। ରଜ ଉତ୍ସବ ଶେଷ ଦିନରେ ଯୋଗ ଦେଇଥିବା ଅତିଥି ମାନଙ୍କ ଦ୍ଵାରା ଶ୍ରୀଯୁକ୍ତ ବିଶ୍ବାଳଙ୍କୁ ପୁଷ୍ପଗୁଚ୍ଛ , ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ