ଅଖିଳ ଭାରତୀୟ ଗ୍ରାହକ ପଂଚାୟତର ଗ୍ରାହକ ଜାଗରଣ ବୈଠକ

କେନ୍ଦ୍ରାପଡା – ଅଖିଳ ଭାରତୀୟ ଗ୍ରାହକ ପଂଚାୟତ ଜିଲ୍ଲା ଶାଖା ଆନୁକୁଲ୍ୟରେ ଜାତୀୟ ଗ୍ରାହକ ଦିବସ ଅବସରରେ ଏକ ମହିଳା ଗ୍ରାହକ ଜାଗରଣ ବୈଠକ ଇଛାପୁରସ୍ଥିତ ବାରଙ୍ଗେଇ ଠାକୁରାଣୀ ମନ୍ଦିର ପରିସରରେ ରବିବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ମାନୀନୀ ଷଡଙ୍ଗୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ମହିଳା ଗ୍ରାହକ ଜାଗରଣ ବୈଠକରେ ସଂଗଠନର କ୍ଷେତ୍ରୀୟ ମନ୍ତ୍ରୀ ରାମଚନ୍ଦ୍ର ସ୍ୱାଇଁ,ରାଜ୍ୟ ସଭାପତି ବିପୀନ ବାରିକ ପ୍ରମୁଖ ଯୋଗଦେଇ କହିଥିଲେ ଯେ ବିଶ୍ୱରେ ଆର୍ଥିକ କାରବାର ଗ୍ରାହକକୁ କେନ୍ଦ୍ରକରି ହେଉଥିବା ବେଳେ ଜଣେ ସାମଗ୍ରୀ ଉତ୍ପାଦନକାରୀ ସେବା ପ୍ରଦାନ କରିବା ଅନ୍ତିମ ଲକ୍ଷ୍ୟ ଗ୍ରାହକଙ୍କ ସର୍ବବିଦ୍ଧ ଆବଶ୍ୟକତାକୁ ପୁରଣ କରିବା । କିନ୍ତୁ ଦୁର୍ଭାଗ୍ୟର ବିଷୟ ଗ୍ରାହକ ସମସ୍ତ ଅର୍ଥନୈତିକ ,ସାମାଜିକ ସମନ୍ୱୟର ପ୍ରଧାନ କେନ୍ଦ୍ରବିନ୍ଦୁ ହୋଇମଧ୍ୟ ସେ ନିଜ ଶକ୍ତି ସମ୍ପର୍କରେ ପ୍ରାୟତ ଅଜ୍ଞ ଥାଏ । ଗଣତନ୍ତ୍ରରେ ଗରୁତ୍ୱପୂର୍ଣ୍ଣ ଓ ଅ ପରିହାର୍ଯ୍ୟ । ତେଣୁ ଗ୍ରାହକକୁ ଶୋଷଣରୁ ମୁକ୍ତ କରିବା ପାଇଁ ସଂଗଠିତ ଭାବେ ଶୋଷଣ ବିରୋଧରେ ଲଢେଇ କରିବାକୁ ଗ୍ରାହକ ପଂଚାୟତ ଏହି ସଂଗଠନ ମାଧ୍ୟମରେ ଏକ ଆନ୍ଦୋଳନ ଆରମ୍ଭ କରିଛି । ଗ୍ରାହକମାନଙ୍କ ପାଇଁ ସରକାରଙ୍କର ଯେଉଁ ସେବା ପ୍ରଦାନ ନିୟମମାନ ଉଦ୍ଦିଷ୍ଟ ଯଦି ସେଥିରେ ସେବା ପ୍ରଦାନକାରୀଙ୍କ ପକ୍ଷରୁ କିମ୍ବା ସରକାରଙ୍କ ପକ୍ଷରୁ କୈାଣସି ଖିଲାପ ହୁଏ ସେଥିନିମନ୍ତେ ଗ୍ରାହକକୁ କ୍ଷତିପୁରଣ ପ୍ରଦାନ ସମ୍ପର୍କରେ ବିଭିନ୍ନ ତଥ୍ୟ ଉପସ୍ଥାପନ କରି ଉପସ୍ଥିତ ମହିଳା ଗ୍ରାହକମାନଙ୍କୁ ବୁଝାଇ ଥିଲେ । ସୁଶିଲ କୁମାର ବେହେରା ଅତିଥି ପରିଚୟ ପ୍ରଦାନ,ଶୁଭଶ୍ରୀ ବାରିକ ସ୍ୱାଗତ ଭାଷଣ ପ୍ରଦାନ ଓ ଗୀତାଞ୍ଜଳି ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଝିଲ୍ଲୀ ଦାସ ସଭା ପରିଚାଳନା କରିଥିବା ବେଳେ ଗୈାତ୍ତମ ବେହେରା,ମାତନ ସାହୁ,ସାବିତ୍ରୀ ପ୍ରଧାନ,ସୈାଦାମିନୀ ପ୍ରଧାନ,ରୁବିତା ପ୍ରଧାନ,ମୀନତି ପ୍ରଧାନ,ସଶ୍ମିତା ପଣ୍ଡା ଓ ସୋନି କର ପ୍ରମୁଖ ଶତାଧିକ ମହିଳା ଏହି ବୈଠକରେ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ