ସମବାୟ ଚିନିଶିଳ୍ପ ଲିଃର କର୍ମଚାରୀ ସଂଘ ନିର୍ବାଚନ ଶେଷ
ଆସିକା (ୱାଇଏନ୍ଏସ୍) ଆସିକା ସମବାୟ ଚିନିଶିଳ୍ପ କର୍ମଚାରୀ ସଂଘର ୩ ଟି କାର୍ଯ୍ୟକାରୀ କମିଟି ସଦସ୍ୟ ପଦବୀ ଲାଗି ଶନିବାର ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ଶେଷ ହୋଇଯାଇଛି । ଚିନିଶିଳ୍ପ କର୍ମଚାରୀ ସଂଘର ଏହି ନିର୍ବାଚନକୁ ଅବାଧ, ମୁକ୍ତ ଓ ନିରପେକ୍ଷ ଭାବେ ସଂପନ୍ନ କରିବା ଲାଗି ନିର୍ବାଚନ କାର୍ଯ୍ୟାଳୟ ପକ୍ଷରୁ ବ୍ୟାପକ ପଦକ୍ଷେପ ମାନ ଗ୍ରହଣ କରାଯାଇଥିଲା । ଚଳିତବର୍ଷର ନିର୍ବାଚନରେ କର୍ମଚାରୀ ସଂଘର ୧ ନମ୍ବର ଜୋନ୍ର ୩ଟି କାର୍ଯ୍ୟକାରୀ କମିଟିର ସଦସ୍ୟ ପଦବୀ ଲାଗି ପୂର୍ବାହ୍ନ ୮ଟାରୁ ଅପରାହ୍ନ ୧୨ଟା ପର୍ଯ୍ୟନ୍ତ କୃଷକ ଭବନ ପରିସରରେ ଭୋଟରମାନେ ନିଜ ମତାଧିକାର ସାବ୍ୟସ୍ତ କରିଥିଲେ । ଅପରାହ୍ନରେ ଭୋଟ ଗଣତି କରାଯାଇ ଫଳାଫଳ ଘୋଷଣା କରାଯାଇଥିଲା । ସମବାୟ ଚିନିଶିଳ୍ପ କର୍ମଚାରୀ ସଂଘର ନିର୍ବାଚନକୁ ସୁପରିଚାଳନା କରିବା ଲାଗି ଅନିଲ୍ କୁମାର ଦାଶ, ଜିତେନ୍ଦ୍ର କୁମାର ଜେନା, ରାମପ୍ରସାଦ ଶତପଥୀଙ୍କୁ ନେଇ ଏକ ନିର୍ବାଚନ ପରିଚାଳନା କମିଟି ଗଠିତ ହୋଇଥିଲା। ଏଆଇଟିୟୁସି ସହବନ୍ଧିତ ସମବାୟ ଚିନିଶିଳ୍ପ କର୍ମଚାରୀ ସଂଘର ସ୍ଥାୟୀ ସଭାପତି ରୂପେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ବରିଷ୍ଠ ନେତା ରାମକୃଷ୍ଣ ପଣ୍ଡା ରହିଛନ୍ତି । ଆସିକା ସମବାୟ ଚିନିଶିଳ୍ପ ଲିଃର କର୍ମଚାରୀ ସଂଘର କାର୍ଯ୍ୟକାରୀ କମିଟିର ସଦସ୍ୟ ରୂପେ ଶନିବାର ଅନୁଷ୍ଠିତ ହୋଇଥିବା ନିର୍ବାଚନରେ ଦିଲୀପ କୁମାର ସ୍ୱାଇଁ ଓ ଦାମୋଦର ସିୟ ଏବଂ କୈଳାଶ ଚନ୍ଦ୍ର ଗୌଡ ନିର୍ବାଚିତ ହୋଇଥିବା ଜଣାପଡିଛି । ଆସିକା ସମବାୟ ଚିିନିଶିଳ୍ପ ଲିଃର କର୍ମଚାରୀ ସଂଘର କାର୍ଯ୍ୟକାରୀ କମିଟି ସଦସ୍ୟ ରୂପେ ପୂର୍ବରୁ ଅପ୍ରତିଦ୍ୱନ୍ଦୀ ଥିବା ବିଜୟ କୁମାର ନାହାକ, ସୁରଜ କୁମାର ଗୌଡ, ଏସ୍.ନାଗେଶ୍ୱର ରାଓ, ଅଶୋକ କୁମାର ପ୍ରଧାନ, କାଳୁଚରଣ ସ୍ୱାଇଁ, କୈଳାଶ ଚନ୍ଦ୍ର ପଟ୍ଟନାୟକ, ବାବୁଲା ପ୍ରଧାନ, ଭଗବାନ ବେହେରା, ବିଜୟ କୁମାର ମହାନ୍ତି, ମନୋଜ କୁମାର ନାହାକ, ଚାପଧର ନାହାକଙ୍କୁ ଆନୁଷ୍ଠାନିକ ଭାବେ ନିର୍ବାଚିତ ଘୋଷଣା କରାଯାଇଛି । ଆସିକା ସମବାୟ ଚିନିଶିଳ୍ପ ଲିଃ କର୍ମଚାରୀ ସଂଘର ସ୍ଥାୟୀ ସଭାପତି ରୂପେ ଥିବା ଏଆଇଟିୟୁସିର ଜାତୀୟସ୍ତରୀୟ ନେତା ରାମକୃଷ୍ଣ ପଣ୍ଡା ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ସହ କର୍ମଚାରୀ ସଂଘର ସଙ୍ଗଠନକୁ ଆହୁରି ସଦୃଢ କରିବାକୁ ସମସ୍ତଙ୍କ ସହଯୋଗ କାମନା କରିଥିବା ଲକ୍ଷ୍ୟ କରାଯାଇଛି। ଆସିକା ସମବାୟ ଚିନିଶିଳ୍ପ କର୍ମଚାରୀ ସଂଘର ୧ ନମ୍ବର ଜୋନର ୩ଟି କାର୍ଯ୍ୟକାରୀ କମିଟି ସଦସ୍ୟ ପଦବୀ ଲାଗି ଶନିବାର ହୋଇଥିବା ନିର୍ବାଚନରେ ସମୂଦାୟ ୪୦ ଜଣ ସଦସ୍ୟଙ୍କ ମଧ୍ୟରୁ ସମସ୍ତ ୪୦ ଜଣ ସଦସ୍ୟ ନିଜ ନିଜର ମତାଧିକାର ସାବ୍ୟସ୍ତ କରିଥିବା ଜଣାପଡିଛି। ନିର୍ବାଚନ ଫଳାଫଳ ଘୋଷଣା ପରେ ବିଜୟୀ ପ୍ରାର୍ଥୀମାନେ ବିଜୟ ଦିବସ ପାଳନ କରିଥିବା ବେଳେ କର୍ମଚାରୀ ସଂଘର ଆଇନ ପରମର୍ଶଦାତା ବିଦେଶୀ ନାହାକ, ସକ୍ରିୟ ସଦସ୍ୟ ଅନିଲ୍ କୁମାର ଦାଶ, ପ୍ରଶାନ୍ତ କୁମାର କର, ଅକ୍ଷୟ କୁମାର ସ୍ୱାଇଁ, ସୌମେନ୍ଦ୍ର କୁମାର ପଟ୍ଟନାୟକ, ସନ୍ତୋଷ କୁମାର ପଟ୍ଟନାୟକ, ଦିଲୀପ କୁମାର ଗୌଡ, କାଳୀଚରଣ ପାଢୀ, ଲମ୍ବୋଦର ସାବତ, ବାଇଧର ନାହାକ, ଚିରଞ୍ଜିବୀ ମହାନ୍ତି, ଲକ୍ଷ୍ମୀନାରାୟଣ ସାହୁ, ସନ୍ତୋଷ କୁମାର ବାଡତ୍ୟା, ସତ୍ୟବାନ୍ ଲେଙ୍କା, ଚନ୍ଦ୍ରଶେଖର ସ୍ୱାଇଁ, ପ୍ରଶାନ୍ତ ନାହାକ, ରାଜେଶ୍ କୁମାର ନାୟକ, ସୁଜିତ୍ କୁମାର ପୃଷ୍ଟି, ଏମ୍.ରାମବାବୁ ଦୋରା, କୃôଷ୍ଣଚନ୍ଦ୍ର ଲେଙ୍କା, ଅନ୍ତର୍ଯ୍ୟାମୀ ନାହାକ, ସହଦେବ ଗୌଡ, ଜଗନ୍ନାଥ ପଟ୍ଟନାୟକ, ଋଷିନାଥ ଭଂଜ, କାଳୁଚରଣ ବିଶ୍ୱାଳ, ପ୍ରଶାନ୍ତ କୁମାର ବିଶ୍ୱାଳ, କାଳୁ ପ୍ରଧାନଙ୍କ ସମେତ ବହୁ ସଦସ୍ୟ ନବନିର୍ବାଚିତ କାର୍ଯ୍ୟକାରୀ କମିଟି ସଦସ୍ୟଙ୍କୁ ଅଭିନନ୍ଦନ ଜଣାଇଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ସମବାୟ ଚିନିଶିଳ୍ପ ଲିଃର କର୍ମଚାରୀ ସଂଘର କାର୍ଯ୍ୟକାରୀ କମିଟି ସଦସ୍ୟ ରୂପେ ନିର୍ବାଚିତ ହୋଇଥିବା ୧୪ ଜଣ ନିର୍ଦ୍ଦେଶକଙ୍କ ମଧ୍ୟରୁ ଉପସଭାପତି, ସାଧାରଣ ସଂପାଦକ ଓ କୋଷାଧ୍ୟକ୍ଷ ସମେତ ଅନ୍ୟାନ୍ୟ ପଦପଦବୀ ଲାଗି କର୍ମକର୍ତ୍ତା ଅତିଶୀଘ୍ର ଚୟନ ହେବେ ବୋଲି ଜଣାପଡିଛି । ଆସିକା ସମବାୟ ଚିନିଶିଳ୍ପ ଲିଃ କର୍ମଚାରୀ ସଂଘର କାର୍ଯ୍ୟକାରୀ କମିଟି ସଦସ୍ୟ ରୂପେ ଦିଲୀପ କୁମାର ସ୍ୱାଇଁଙ୍କ ଅକଳ୍ପନୀୟ ବିଜୟକୁ ନେଇ ତାଙ୍କର ଶୁଭେଚ୍ଛୁ ଓ ସମର୍ଥକଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଥିଲା ବେଳେ ଏହି ସଫଳତାର ଶ୍ରେୟ ୧ ନମ୍ବର ଜୋନର ସମସ୍ତ ସଦସ୍ୟଙ୍କୁ ପ୍ରଦାନ କରିବା ସାଙ୍ଗକୁ ଆଗାମୀ ଦିନରେ ସଂଗଠନକୁ ସୁଦୃଢ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିବା ଜଣାପଡିଛି ।


