ଅସ୍ତରଙ୍ଗରେ ମନ୍ଦିରରୁ ଲଗାତାର ଚୋରି : ପୁଲିସର କାର୍ଯ୍ୟାନୁଷ୍ଠାନ ଶୂନ

କାକଟପୁର /ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ):ଅସ୍ତରଙ୍ଗ ଥାନା ଅଂଚଳରେ ଦେବାଦେବୀ ଙ୍କ ସୁରକ୍ଷାକୁ ନେଇ ଏବେ ପ୍ରଶ୍ନ ଉଠିଲାଣି । ଗତ ବିଳମ୍ବିତ ରାତିରେ ଭେଡାବନ୍ଧ ସ୍ଥିତ ମା “ଅମ୍ବିକା ମନ୍ଦିର ମନ୍ଦିରରୁ ଚୋରି ହୋଇଛି। ମନ୍ଦିର ମଧ୍ୟରେ ଥିବା ମଥା ମୁକୁଟ, ସୁନା ଚିତା, ଘଣ୍ଟ, ବାଲ୍ଟି ଶହ ବିଭିନ୍ନ ଆସବାବ ପତ୍ର ଯାହାକି ସୂଚନା ଦେଇଛନ୍ତି ପୂଜକ ସୁରେନ୍ଦ୍ର ମିଶ୍ର ।ଏନେଇ ଅସ୍ତରଙ୍ଗ ଥାନାରେ ମାନସ ମିଶ୍ର ଙ୍କ ତରଫରୁ ଅଭିଯୋଗ ହୋଇଛି।ଏହା ପ୍ରଥମ ଘଟଣା ନୁହେଁ। ଗତ ଏକ ବର୍ଷ ମଧ୍ୟରେ ଥାନା ଅଂଚଳରୁ ୧୦ରୁ ଉର୍ଦ୍ଧ ମନ୍ଦିର ରୁ ତାଲା ଭାଙ୍ଗି ଆସବାବପତ୍ର, ହୁଣ୍ଡୀ, ଟଙ୍କା ଓ ଠାକୁର, ଦେବାଦେବୀ ଙ୍କ ଅଳଙ୍କାର ଲୁଟ ହେଲାଣି । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ପ୍ରତି ଚୋରି ପରେ ଥାନାରେ ମାମଲା ରୁଜୁ ହୋଇଛି । କିନ୍ତୁ କାଗଜପତ୍ର ଥାନାରେ ଧୂଳି ଖାଉଛି । ପୋଲିସ ଘଟଣାସ୍ଥଳରୁ ଯାଇ ତଦନ୍ତ କରିବା ବଦଳରେ କେବଳ ଡ଼ାଏରୀ ରଖି ଚୁପ ବସିଛି । ଫଳରେ ଦୁର୍ବୁତ୍ତ ଙ୍କ ସାହସ ବଢୁଛି। ଏହାରି ଭିତରେ ଅସ୍ତରଙ୍ଗ ଥାନାରୁ ଏକ ବର୍ଷ ମଧ୍ୟରେ ଥାନା ଅଧିକାରୀ ବଦଳିଛନ୍ତି । କିନ୍ତୁ ନୂଆ ମହିଳା ଥାନାଅଧିକାରିଣୀ ଆସିବା ପରେ ମଧ୍ୟ ଗୋଟିଏ ଚୋରିର ପର୍ଦ୍ଧଫାଶ ହୋଇନାହିଁ। ଗୋଟିଏ ମଧ୍ୟ ମନ୍ଦିର ଚୋର ଧରା ପଡିନି। ଅନେକ ଚୋରି ଘଟଣା କୁ ନେଇ ଥାନାକୁ ଗଲେ କହୁଛନ୍ତି ତଦନ୍ତ ଚାଲିଛି। କିନ୍ତୁ ଚୋରି ଗୋଟିଏ ମନ୍ଧିର ଅନ୍ୟ ଏକ ମନ୍ଦିର କୁ ବୃଦ୍ଧି ପାଉଥିବା ବେଳେ ଚୋର ଧରା ପଡୁନି। ଏବେ ଆମେ ଠାକୁର ଙ୍କୁ ଘରେ ରଖି ପୂଜା କରିବୁ କି ? ବୋଲି ପ୍ରଶ୍ନ କରିଛନ୍ତି ପୂର୍ବରୁ ଚୋରି ହୋଇଥିବା ଅନେକ ଦେବାଦେବୀ ମନ୍ଦିର କର୍ମକର୍ତ୍ତା। ଏ ନେଇ ଥାନାଅଧିକାରିଣୀ କହିଛନ୍ତି ଚୋରି ଘଟଣା ରେ ମାମଲା ରୁଜୁ ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ