ଜଗନ୍ନାଥ ମନ୍ଦିରରେ ମହାମନ୍ତ୍ର କିର୍ତ୍ତନ
ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ): ବିଜିପୁର ଜଗନ୍ନାଥ ମନ୍ଦିରରେ ନୂତନ ବର୍ଷ ଉପଲକ୍ଷେ ବୁଧବାର ଠାକୁରଙ୍କ ୧୦୮ ତୁଳସୀ ଅର୍ପଣ ମାରୁତି ସତସଙ୍ଗ ଭକ୍ତମାନଙ୍କ ଦ୍ୱାରା ସୁନ୍ଦର କାଣ୍ଡ,ପାରୟଣପରେ ସୁନ୍ଦରପୁର ନାମ ମଣ୍ଡଳି ଦ୍ୱାରା ଚାରି ପ୍ରହର ନାମ ଅନୁଷ୍ଠିତ ହୋଇଥିଲା ।ଏହି କାର୍ଯ୍ୟକ୍ରମରେ ପ୍ରମୋଦ ଦାସ,ଉମା ଶଙ୍କର ଦାସ,ସହଦେବ ପାତ୍ର, ଭଜରାମ ପ୍ରଧାନ,ଅତୁଲ ସ୍ୱାଇଁ ଙ୍କ ସମେତ ବହୁ ଭକ୍ତ ଯୋଗଦେଇଥିଲେ ।


