ହିଞ୍ଜିଳିକାଟୁ ମାର୍ଚ୍ଚେଟଂ ଆସୋସିଏସନର ଜିରୋନାଇଟ ପାଳନ

ହିଞ୍ଜିଳିକାଟୁ (ଯୁଗାବ୍ଦ ନ୍ୟୁଜ, ଶେଷଦେବ ସାହୁ) ପୁରୁଣା ବର୍ଷକୁ ବିଦାୟ ଓ ନବବର୍ଷ କୁ ସ୍ୱାଗତ କରିବା ନିମନ୍ତେ ହିଞ୍ଜିଳିକାଟୁ ପୌରାଂଚଳ ମାର୍ଚ୍ଚେଟଂ ଆସୋସିଏସନ ଓ ତାରାତାରିଣୀ ଭେଜିଟେବୁଲ ମଜଦୁର ସଂଘ ତରଫରୁ ମଙ୍ଗଳବାର ହିଞ୍ଜିଳିକାଟୁ ପରିବା ବଜାର ଠାରେ ୧୮ ତମ ଜିରୋନାଇଟ କାର୍ଯ୍ୟକ୍ରମ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । । ସଂଘର ପ୍ରତିଷ୍ଠାତା ସଭ୍ୟ ମାଧବ ଗୌଡ଼ଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସଂଘର ସଭାପତି ତଥା ବରିଷ୍ଠ କଂଗ୍ରେସ ନେତା ଶମ୍ଭୁ ପାଣିଗ୍ରାହୀ ଯୋଗଦାନ କରିଥିବା ବେଳେ ଅନ୍ୟତମ ଅତିଥି ଭାବେ ସଂଘର ଉପସଭାପତି କୃଷ୍ନ ଗୌଡ଼, ଡ଼ିସିସି ଉପସଭାପତି କୁନା ବିଶୋୟୀ, ପ୍ରାକ୍ତନ ସଭାପତି ଜଗବନ୍ଧୁ ବାଡ଼ତ୍ୟା, ବାୟା ଗୌଡ଼, ବରିଷ୍ଟ ବ୍ୟବସାୟୀ ଦେବରାଜ ନାହାକ ଓ ମଜଦୁର ସଂଘର ସମ୍ପାଦକ ଅରୁଣ ଦାସ ପ୍ରମୁଖ ମଂଚାସିନ ଥିଲେ । ଅନୁଷ୍ଠାନ ତରଫରୁ ଏହି ଅବସରରେ ପ୍ରେସ କ୍ଲବ ସଭାପତି ପ୍ରିୟଦର୍ଶୀ ପଟ୍ଟନାୟକ,ସମ୍ପାଦକ ଦ୍ୱିତୀକୃଷ୍ନ ପଣ୍ଡା, ସାମ୍ବାଦିକ ଶେଷଦେବ ସାହୁ , ବିଶ୍ୱମ୍ବର ସାହୁ ଓ ବିଭୁପ୍ରସାଦ ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ଅନ୍ତ୍ରଯ୍ୟାମି ପଣ୍ଡା,ଜୟରାମ ପାତ୍ର ପରିଚାଳନା କରିଥିଲେ । ଭେଜିଟେବୁଲ ମାର୍ଚ୍ଚେଂଟ ଏସୋସିଏସନ ଓ ତାରାତାରିଣୀ ମଜଦୁର ସଂଘର ବହୁ ସଦସ୍ୟ, ବହୁ ଚାଷୀ ଓ ପରିବା ବ୍ୟବସାୟାଙ୍କ ସମେତ ସଂଘର ବହୁ କର୍ମକର୍ତା ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ