ବିଶ୍ୱବିଦ୍ୟାଳୟ ପାଳିଲା ୫୪ତମ ପ୍ରତିଷ୍ଠା ଦିବସ
ଗୋପାଳପୁର- (ଦିପ୍ତି) ଶିକ୍ଷାର ବୈପ୍ଲବିକ ପରିବର୍ତ୍ତନରେ ଆରମ୍ଭ ହୋଇଥିବା ବ୍ରହ୍ମପୁର ବିଶ୍ୱବଦ୍ୟାଳୟକୁ ପୁରିଛି ୫୪ ବର୍ଷ । ୧୯୬୭ ମସିହା ଠିକ୍ ଆଜିର ଦିନରେ ଏ.ନ୍ ଖୋସଲା ଏହି ବିଶ୍ୱବିଦ୍ୟାଳୟକୁ ଶୁଭ ଦେଇଥିଲେ । ଅନେକ ଛାତ୍ରଛତ୍ରୀ ଏହି ଶିକ୍ଷାନୁଷ୍ଠାନରୁ ଅଧ୍ୟୟନ କରି ଦେଶବିଦେଶରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତିି । ଦକ୍ଷିଣ ଓଡିଶାର ଶିକ୍ଷାର ପ୍ରାଣକେନ୍ଦ୍ର ହେଉଛି ଏହି ବିଶ୍ୱବିଦ୍ୟାଳୟ । ଆଜିର ପ୍ରତିଷ୍ଠା ଦିବସରେ ସାରା ଭାରତରେ ସାହିତ୍ୟ କ୍ଷେତ୍ରରେ ନିଜର ଲେଖନୀ ମାଧ୍ୟମରେ ପ୍ରଶଂସକ ମହଲରେ ବେଶ୍ ପରିଚିତ ଥିବା ପଦ୍ମଶ୍ରୀ ପ୍ରତିଭା ରାୟଙ୍କୁ ସାହିତ୍ୟ ସାଧନା ଲାଗି କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଜାତୀୟ ସମ୍ମାନ ପ୍ରଦାନ କରାଯାଇଛି। ପୁରସ୍କାରସ୍ବରୂପ ତାଙ୍କୁ ୧ଲକ୍ଷ ଟଙ୍କା ଅର୍ଥରାଶି, ମାନପତ୍ର ଓ ଉପଢୌକନ ପ୍ରଦାନ କରାଯାଇଛି।
ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଗୋବିନ୍ଦ ଜେ. ଚକ୍ରପାଣିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ସାହିତ୍ୟିକ ପ୍ରଶାନ୍ତ କୁମାର ମହାନ୍ତି ଓ ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ର ସହନିର୍ଦ୍ଦେଶକ ହୃଷୀକେଶ ପାଣିଗ୍ରାହୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି । ତାସହିତ ଦକ୍ଷିଣ ଓଡିଶାର ଲୋକସଂସ୍କୃତିକୁ ଆଗକୁ ନେଇଯାଇଥିବା ଯଶସ୍ୱୀ ସାଧକ ନିରସିଂହ ତ୍ରପାଠୀ ଓ ଉତ୍କଳ କାଳାର ସାର୍ଥକ ଉତ୍ତର ଦାୟାଦ ଲକ୍ଷ୍ମଣ ଶବରଙ୍କୁ ଦକ୍ଷିଣ ଓଡ଼ିଶା ଲୋକସଂସ୍କୃତି ସମ୍ମାନ ପ୍ରଦାନ କରାଯାଇଛି । ବିଶ୍ବବିଦ୍ୟାଳୟ ଆଲୁମ୍ନି ସଦସ୍ୟ ତଥା ମିଳିତ ଜାତିସଘଂର ବିଶିଷ୍ଟ ପରିବେଶବିତ୍ ସତ୍ୟସୁନ୍ଦର ତ୍ରିପାଠୀ, ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଡାକ୍ତର ସତ୍ୟବ୍ରତ ମହାପାତ୍ରଙ୍କୁ ମଧ୍ୟ ସ୍ବତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଛି । ଏହା ସହିତ ବିଭିନ୍ନକ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ବିଶ୍ବବିଦ୍ୟାଳୟର ୬୦ ଛାତ୍ର ଓ ଗବେଷକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।


