କୋହଲା ପାଗକୁ ନେଇ ଚନ୍ତାରେ ଚାଷୀ
କଳାହାଣ୍ଡି- କଳାହାଣ୍ଡି ଜିଲ୍ଲା ବ୍ୟାପି କୋହଲା ପାଗ । କିଛି ସ୍ଥାନ ରେ ଝିପି ଝିପି ବର୍ଷା ହେଉଥିବା ବେଳେ ଜିଲ୍ଲା ର ବିଭିନ୍ନ ମଣ୍ଡି ଧାନ ରେ ହଜାର ହଜାର କ୍ୱିଇଟାଲ ଧାନ ଖୋଲା ଆକାଶ ତଳେ ପଡି ରହିଛି । ଖରାପ ପାଗ ଯୋଗୁଁ ବର୍ତ୍ତମାନ ଧାନ କିଣା କୁ ସ୍ଥଗିତ କରାଯାଇଥିବାରୁ ଆଶଙ୍କା ରେ ଚାଷୀ । ଗୋଟିଏ ପଟରେ ନୁତନ ଡିଜିଟାଲ ପ୍ରଣାଳୀ ରେ ଧାନ କିଣା ରେ ଅସୁବିଧା ଯୋଗୁଁ ଧାନ ଉଠାଣ ହୋଇ ପାରୁନାହିଁ । ଅନ୍ୟପକ୍ଷରେ ମିଲର ଧାନ ର ମାନ କୁ ନେଇ କଟନୀ ଛଟ୍ନୀ ଦାଦି କରି ଧାନ କିଣା ରେ ବିଳମ୍ବ କରୁଥିବା ବେଳେ ଅଦିନିଆଁ ବର୍ଷା ପାଇଁ ଜିଲ୍ଲାବ୍ୟାପୀ କୋହଳା ପାଗ ଚାଷୀ ଙ୍କୁ ଆଶଙ୍କିତ କରିଛି । ଗତକାଲି କିଛି ସ୍ଥାନ ରେ ଝିପି ଝିପି ବର୍ଷା ପାଇଁ ମଣ୍ଡି ମାନଙ୍କରେ ଧାନ ଭିଜିଥିବା ବେଳେ ଧାନ ତୁରନ୍ତ ଉଠାଣ ଦାବୀ ରେ ବିଭିନ୍ନ ସ୍ଥାନରେ ଚାଷୀ ରାସ୍ତା କୁ ଓଲ୍ଲାଇବା କୁ ବାଧ୍ୟ ହୋଇଛନ୍ତି ।


