ଲାଞ୍ଜିଗଡ଼ ଯୁବକ କେରଳରେ ମୃତ୍ୟୁ ଘଟଣା, ଭିଟାମାଟିକୁ ଫେରିଲା ଶବ ଅଞ୍ଚଳରେ ଶୋକର ଛାୟା

କଳାହାଣ୍ଡି- ନୂତନ ବର୍ଷରେ କେରଳରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକର ୨ଜଣ ଦାଦନ ଶ୍ରମିକଙ୍କ ମୃତ୍ୟୁକୁ ନେଇ ଅଞ୍ଚଳ ସ୍ଥବ୍ଧ ହୋଇଯାଇଛି । କେରଳର ଭିନ୍ନ ଭିନ୍ନ ସ୍ଥାନରେ ମୃତ୍ୟୁ ମୁଖରେ ପଡିଛନ୍ତି ଦାଦନ ଶ୍ରମିକ ମୂଷାନାଳର ଗ୍ରାମର ପ୍ରଦୀପ ହରିଜାନ(୩୫) ଓ କେନ୍ଦୁଗୁଡା ଗ୍ରାମର ମୁଗୁନା ମାଝୀ (୩୪) । ହେଲେ ମୁଗୁନାଙ୍କ ଶବ ନିଜ ଭିଟାମାଟି ବିଜେପୁରକୁ ଆସିବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ବିଜେପୁର ପଞ୍ଚାୟତ ଅନ୍ତର୍ଗତ କେନ୍ଦୁଗୁଡା ଗାଁର ରାମତୁ ମାଝୀଙ୍କ ପୁଅ ହେଉଛନ୍ତି ମୁଗୁନା ମାଝୀ(୩୫) । ସେ ଆଜକୁ ୨ ବର୍ଷ ହେଲା କେରଳ ରାଜ୍ୟର ପ୍ରେମ ଶାବର ଜିଲ୍ଲାର ପାକିପାଲମ ଅଞ୍ଚଳର ଏକ କ୍ରସରରେ କାମ କରୁଥିଲେ । ବୁଧବାର ସଂନ୍ଧ୍ୟା ୫ଟା ସମୟରେ କ୍ରସର ଚାଲୁଥିବାବେଳେ ବେଲ୍ଟ ଉପରୁ ୨୦ ଫୁଟ ତଳେ ପଡି ତାଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଥିଲା । ମୃତ ମୁଗୁନା ମାଝୀଙ୍କ ପରିବାରରେ ତାଙ୍କ ସ୍ତ୍ରୀ କୁମୁଟାଣି ମାଝୀ (୨୭) ଓ ତିନି କନ୍ୟା ଉଜା ମାଝୀ (୬), ଲିଜା ମାଝୀ (୪) ଓ ପୂଜା ମାଝୀ (ଆଠ ମାସ) ନିଜ ଗାଁ କେନ୍ଦୁଗୁଡାରେ ଥିଲେ କ୍ଷ ଏ ଖବର ପାଇ ମୁଗୁନାଙ୍କ ପରିବାର ଓ ଗ୍ରାମବାସୀ ଶବ ଆଣିବା ପାଇଁ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ସାକ୍ଷାତ କରିଥିଲେ।ଏହି ସମୟରେ କ୍ରସମାଲିକ ଶବ ବ୍ୟବଛେଦ କରି ଗାଁ କୁ ପଠାଇଦେଇଥିବା ଜଣା ପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ