ଗୁଡାହାଣ୍ଡି ମଂଚ ରେ କଳାକାର ଙ୍କ ନାଚ ରେ ଦୁଲୁକିଲା ମଂଚ

କଳାହାଣ୍ଡି – କଳାହାଣ୍ଡି ଲୋକ ସଂସ୍କୃତି ର ଧରୋହର କଳାହାଣ୍ଡି ଉତ୍ସବ କୋକସରା ଗୁଡାହାଣ୍ଡି ମଂଚ ରେ ମଶାଲ ଯାତ୍ରା ସହ ଉଦ୍‌ଘାଟିତ ହୋଇଯାଇଛି । ଆମପାଣି ବୁଢାରାଜା ମନ୍ଦିର ଓ ଠାକୁରାଣୀ ମନ୍ଦିର ରୁ ମଶାଲ ଆସି ପହଂଚିବା ପରେ ଏକ ବର୍ଣାଧ୍ୟ ପରିବେଶ ରେ ମଂଚପୂଜନ ସହ ଧର୍ମଗଡ଼ ବିଧାୟକ ମୋଉଷଧି ବାଗ ମୁଖ୍ୟ ଅତିଥି ରୁପେ ଯୋଗଦେଇ ଗୁଡାହାଣ୍ଡି ମଞ୍ଚ କୁ ଫିତା କାଟି ଉଦଘାଟନ କରିଥିଲେ। ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରୀ ମାନେ ସ୍ୱାଗତ ଭାଷଣ ଦେବା ପରେ ଅତିଥି ମାନେ ଅଭିଭାଷଣ ରଖି କଳାହାଣ୍ଡି ର ଲୋକକଳା କୁ ବିକଶିତ କରିବା ସହ ଆମ ଅଞ୍ଚଳ ରେ ଲୁକ୍କାୟିତ ପ୍ରତିଭା ଙ୍କୁ ଲୋକଲୋଚନ କୁ ଆଣିବା ଏହି ଉତ୍ସବ ର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ କୋକସରା ବିଡିଓ ବସନ୍ତ କୁମାର ସେଠୀ, ବିଜେପି ନାରିନେତ୍ରୀ ତିଲୋତ୍ତମା ନାଏକ, ବିଜେଡି ନାରିନେତ୍ରୀ ଅଶୋକା ନାଏକ, କୋକସରା ତହସିଲଦାର ମୋୖସୁମୀ ନାଏକ, ଟେମରା ସମିତି ସଭ୍ୟ ରାଜେନ୍ଦ୍ର ନାଏକ, ଟେମରା ସରପଞ୍ଚ ଗୌରୀ ଦଳପତି,ଶିକ୍ଷା ବିଦ ଅଶୋକ ଦାସ ଆମପାଣି ସରପଞ୍ଚ ଟିକିଚନ୍ଦ୍ର ଧଗଡା ମାଝୀ ପ୍ରମୁଖ ଉଦଘାଟନୀ ସମାରୋହ ରେ ଉପସ୍ଥିତ ରହିଥିଲେ, ବାଳିକା ପ୍ରକଳ୍ପ ବିଦ୍ୟାଳୟ ର ଛାତ୍ରୀ ମାନଙ୍କ ଚିତାକର୍ଷକ ସମ୍ବଲପୁରୀ ନୃତ୍ୟ ଡୋଙ୍ଗରରାଜା ଦର୍ଶକ ଙ୍କୁ ବିମୋହିତ କରିଥିଲା। କେଶିଙ୍ଗା ଓ କୋକସରା ମଧ୍ୟରେ ଭଳିବଲ ପ୍ରତିଯୋଗିତାରେ କେଶିଙ୍ଗା ଦଳ ଉତ୍କୃଷ୍ଟ ଖେଳପ୍ରଦର୍ଶନ କରିଥିଲେ।କାର‌୍ୟ୍ୟକ୍ରମ ରେ ଉଦଯାପନି ସଂଧ୍ୟା ରେ ଲୋଇସିଙ୍ଘା ର ବଜାସାଲ, ଶିଳ୍ପୀକା ଭୁବନେଶ୍ୱର, ମୃଣାଳିନୀ ନୃତ୍ୟାଙ୍ଗନା ଭବାନୀପାଟଣା,ଉତ୍କଳ ଡାନ୍ସ ଟିଟିଲାଗଡ଼,ଘୁଦୁକା ବଲାଙ୍ଗୀର ରୁ ଆସିଥିବା ଲୋକନୃତ୍ୟ କଳାକାର ଙ୍କ ନାଚ ରେ ଗୁଡାହାଣ୍ଡି ମଂଚ ଦୁଲୁକି ଉଠିଥିଲା, ସନ୍ଧ୍ୟା କାଳିନ ଉତ୍ସବ ରେ ମୁଖ୍ୟ ଅତିଥି ରୂପେ କୋକସରା ସରପଞ୍ଚ କିଶୋର ପ୍ରଧାନୀ, ପର୍ଶୁରାମ ପ୍ରଧାନୀ, ପୁରୁଷୋତ୍ତମ ଗୁପ୍ତା, କୋକସରା ସମିତି ସଭ୍ୟ ତ୍ରିଭୁବନ ନାଏକ ଯୋଗ ଦେଇଥିବା ବେଳେ କୋକସରା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରା ଉତ୍ସବ ର ପରିକଳ୍ପନା କରିଥିବା ବେଳେ ପ୍ରଧାନ ଆଚାର‌୍ୟ୍ୟ ଦେବାନନ୍ଦ ରାଉତ ମଞ୍ଚ ପରିଚାଳନା କରିଥିଲେ। ସାଂସ୍କୃତିକ କାର‌୍ୟ୍ୟକ୍ରମ ଦେଖିବାକୁ ଶୀତୁଆ ସନ୍ଧ୍ୟା ରେ ଭରପୁର ଦର୍ଶକ ଉପସ୍ଥିତ ରହିଥିଲେ। ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ