ପଥରରେ ଛେଚି ଡ୍ରାଭରକୁ ହତ୍ୟା

ଯୋଡ଼ା,(ଯୁଗାବ୍ଦ ନ୍ୟୁଜ୍‌): କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ କାଳିମାଟି ନୂଆ ହଟିଂ ରାସ୍ତା କଡରୁ ଜଣେ ଡ୍ରାଇଭରର ମୃତଦେହ ପୋଲିସ ଉଦ୍ଧାର କରିଛି । ବାମେବାରୀ ଥାନା ଓଆଇସି ଅମିତାବ୍ ଦାସ ଙ୍କ ଠାରୁ ମିଳିଥିବା ସୂଚନାନୁଯାୟୀ ଜଣାପଡିଛି ଯେ, ସୋମବାର ସ୍ଥାନୀୟ ନୂଆ ହଟିଂବାସୀଙ୍କଠାରୁ ଖବର ପାଇ ବାମେବାରୀ ପୋଲିସ ଘଟଣା ସ୍ଥଳକୁ ଯାଇ ଶବ ଜବତ କରି ଏହାର ତଦନ୍ତ ଆରମ୍ଭ କରିଛି । ପୋଲିସର ତଦନ୍ତ ଅନୁଯାୟୀ ମୃତ ଡ୍ରାଇଭରଙ୍କ ନାମ ଅଶୋକ କୁମାର ମହାକୁଡ(୩୪) ଘର ତେଲକୋଇ ଥାନା ଅନ୍ତର୍ଗତ ଜଗମୋହନପୁର । ସେ କାଳିମାଟି ଅଂଚଳରେ ରହି ଟ୍ରକ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ । ପୋଲିସ ପ୍ରାଥମିକ ତଦନ୍ତରୁ ତାଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ଅନୁମାନ କରିଛି । ଏନେଇ ପୋଲିସ ବାମେବାରୀ ଥାନାରେ କେଶ୍ ନଂ ୦୬/୨୦୨୦ ଅନୁଯାୟୀ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ଘଟଣାସ୍ଥଳରେ ସାଇନ୍ଟଫିକ୍ ଟିମ୍ ସହିତ ବଡବିଲ ଏସଡିପିଓ ସତ୍ୟବିକାଶ ଭୂୟାଁ , ଯୋଡା ଥାନା ଆଇଆଇସି ରାଇସେନ୍ ମୁର୍ମୁ , ବାମେବାରୀ ଥାନା ଓଆଇସି ଅମିତାବ୍ ଦାସ ସଦଳବଳେ ପହନଚି ଏହାର ତଦନ୍ତ ଆରମ୍ଭ କରିଛନ୍ତି । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ଶବ ବ୍ୟବଛେଦ ପରେ ଏହାର ସତ୍ୟାସତ୍ୟ ଜଣାପଡିବ ବୋଲି ପୋଲିସ ପ୍ରକାଶ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ