ଦକ୍ଷିଣ ଓଡିଶାର କଳାକାର ମହାସଂଘର ସମାବେଶ
ବ୍ରହ୍ମପୁର ,(ଯୁଗାବ୍ଦ ନ୍ୟୁଜ୍) : ଦକ୍ଷିଣ ଓଡିଶାର କଳାକାର ମହାସଂଘ ଓ ଗଂଜାମ ଜିଲ୍ଲା ବରିଷ୍ଠ କଳାକାର ମହାସଂଘର ମିଳିତ ଆନୁକୁଲ୍ୟରେ ବୁଧବାର ସ୍ଥାନୀୟ ହିଲପାଟଣା ସ୍ଥିତ ଶ୍ରୀ ଭେଙ୍କେଟେଶ୍ୱର କାମ୍ବୋ ଇଣ୍ଡଷ୍ଟ୍ରିଆଲ କୋ-ଅପରେଟିଭ ସୋସାଇଟିର ସଭାଗୃହରେ ଏକ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦକ୍ଷିଣ ଓଡିଶାର କଳାକାର ଜିଲ୍ଲା ସମୁହ ବ୍ୟତୀତ ପୁରୀ , ବାଲେଶ୍ୱର,ଜିଲ୍ଲାର ସହସ୍ରାଧିକ କଳାକାର ଶୋଭାଯାତ୍ରାରେ ବାହାରି କଳାକାର କଲ୍ୟାଣ ଓ ସଂସ୍କୃତି ସୁରକ୍ଷା ସଂପର୍କିତ ୧୧ ଦଫା ଦାବୀ ନେଇ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ଦକ୍ଷିଣ ଓଡିଶାର ରାଜସ୍ୱ କମିସନରଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ । ଆୟୋଜିତ ସାଂସ୍କୃତିକ ସଭାର ମହାସଂଘ ସଭାପତି ନାଟ୍ୟ ଗୈାରବ ଡା.ତିରୁପତି ସାହୁ,ଅଧକ୍ଷତା କରିଥିବା ବେଳେ ପୂର୍ବତନ ବିଧାୟକ ଡକ୍ଟର ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ,ମୁଖ୍ୟ ଅତିଥି , ପ୍ରାକ୍ତନ ବିଡିଓ ଅଧକ୍ଷ ସୁବାସ ମହାରଣା ,ସବାସ ଚନ୍ଦ୍ର ସାହୁ ସମ୍ମାନୀତ ଅତିଥିଭାବେ ଯୋଗଦେଇ ସଂଘର ସଂଘର ଏକାଦଶ କାର୍ଯ୍ୟ ଇତିହାସରେ ସ୍ୱର୍ଣ୍ଣାକ୍ଷର ହୋଇ ରହିବ ବୋଲି ମତ ପ୍ରକାଶ କରିଥିଲେ ।ନାଟ୍ୟ ନିର୍ଦେଶକ କୃର୍ଷ୍ଣଚନ୍ଦ୍ର ସେଠୀ, ସହ ସଂପାଦକ ବଳଦେବ ସାହୁ,ଲକ୍ଷ୍ମୀନାରାୟଣ ସାମଲ,ନାରାୟଣ ସାମଲ,ଅନୁରାଧା ସାହୁ,ସହ ବହୁ କର୍ମକର୍ତ୍ତା ପରିଚାଳନା କାର୍ଯ୍ୟରେ ସହଯୋଗ କରିଥିଲେ ।କାର୍ଯ୍ୟକାରୀ ପ୍ରଫୁଲ ବେହେରା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।


