ବାଘ ଟାଣି ନେଲା ବଳଦକୁ

ରାଇରଙ୍ଗପୁର- ରାଇରଙ୍ଗପୁର ବନଖଣ୍ଡ କାର୍ଯ୍ୟାଳୟ ଅଧୀନସ୍ଥ ବିଶୋଇ ରେଞ୍ଜ ଅନ୍ତର୍ଗତ ସରଗଡା ଜଙ୍ଗଲର କାଣାପାଟ ପାହାଡ଼ରେ ଏକ କ୍ଷତବିକ୍ଷତ ଅବସ୍ଥାରେ ପଡ଼ିଥିବା ବଳଦକୁ ଗ୍ରାମବାସୀ ମାନେ ଦେଖି ବୁଧବାର ଦିନ ବନ ବିଭାଗକୁ ଖବର ଦେଇଥିଲେ । ବନଖଣ୍ଡ ଅଧିକାରୀ ଅରୁଣ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ବିଶୋଇ ରେଞ୍ଜର ପ୍ରଦୀପ ପୃଷ୍ଟି ଏବଂ ଅନ୍ୟ କର୍ମଚାରୀ ଘଟଣାସ୍ଥଳରେ ପହଂଚି ତଦନ୍ତ କରିଥିଲେ । ବାଘର ପାଦ ଚିହ୍ନ ଏବଂ ଝରଣାପାଖକୁ ପିଇବାକୁ ଯାଇଥିବାବେଳେ ପାଦ ଚିହ୍ନ ଏବଂ ବଳଦକୁ ଯେଭଳି ଆକ୍ରମଣ କରି କିଛି ଅଂଶ ଖାଇଛି ଜଣାପଡ଼ୁଛି ଏହା ରୟାଲ ବେଙ୍ଗଲ ଟାଇଗର । ବଳଦକୁ ଫରେନସିକ ପାଇଁ ପଠାଯିବ । ମୃତ ବଳଦର କ୍ଷତି ପୂରଣ ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି । ଗ୍ରାମବାସୀ ମାନେ ବାଘ ପାଇଁ ଭୟଭୀତ ଅବସ୍ଥାରେ ଥିବାବେଳେ ସେହିଭଳି ବାଘକୁ ନେଇ ବନ ବିଭାଗ ଚିନ୍ତିତ ହେଲେ ଦୀର୍ଘ ବର୍ଷ ପରେ ସରଗଡା ଜଙ୍ଗଲରେ ବାଘ ମାମୁଁ ଆସିଥିବା ଯୋଗୁଁ ପରିବେଶବିତ୍ ମହଲରେ ଆନନ୍ଦ ଖେଳି ଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ