ଗଞ୍ଜେଇ ମାଫିଆଙ୍କ ବିରୁଦ୍ଧରେ ଆନ୍ଧ୍ର କୋର୍ଟ ପଳାତକ ୱାରେଣ୍ଟ ଜାରି କଲେ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲାର ଜଣେ ଗଞ୍ଜେଇ ମାଫିଆଙ୍କ ବିରୋଧରେ ଆନ୍ଧ୍ରପ୍ରଦେଶର ଏକ କୋୖର୍ଟ ପଳାତକ ଘୋଷଣା କରି ୱାରେଣ୍ଟ ଜାରି କରିଥିବା ସୂଚନା ମିଳିଛି.  ଆନ୍ଧ୍ର ପୋଲିସର ପୁଲିସର ସୂଚନା ମୁତାବକ ଗଜପତି ଜିଲ୍ଲାର ଅଡ଼ବା ଥାନା ଅନ୍ତର୍ଗତ ଅଡ଼ବା ଗ୍ରାମର ଦଣ୍ଡପାଣି ନାୟକ ଓରଫ ମହେଶର ନାୟକ(୨୫) ୨୦୧୬ ମସିହାରେ ଗଞ୍ଜେଇ ବିକ୍ରି କରିବା ଉଦ୍ଦେଶ୍ୟରେ ଆନ୍ଧ୍ରପ୍ରଦେଶ ଦେଇ ଚୋରାଚାଲାଣ କରୁଥିବା ବେଳେ ଆନ୍ଧ୍ରର ପାର୍ବତୀପୁରମ ଟାଉନ ଥାନା ପୋଲିସ ଦ୍ଵାରା ଧରା ପଡ଼ି ଗିରଫ ହୋଇ ଜେଲ ଯାଇଥିଲେ । ଜେଲରେ କିଛି ବର୍ଷ ରହିବା ପରେ ଗତ ତିନି ବର୍ଷ ହେବ ବେଲରେ ଆସିଥିଲେ । କୋର୍ଟର ବାରମ୍ବାର ନିର୍ଦ୍ଦେଶ ସତ୍ତ୍ବେ ସେ ଆନ୍ଧ୍ର କୋର୍ଟରେ ହାଜର ନ ହେବାରୁ ମାନ୍ୟବର ଆନ୍ଧ୍ର କୋର୍ଟ ମହେଶ୍ଵରଙ୍କୁ ପଳାତକ ଘୋଷିତ କରି ୱାରେଣ୍ଟ ଜାରି କରିଛନ୍ତି । ପାର୍ବତୀପୁରମ ଥାନା କେଶ ନମ୍ବର ୧୬୯/୨୦୨୧୬ରେ ମହେଶ୍ଵର ୮(ସି), ଆର.ଡବ୍ଲୁ.୨୦(ବି) (ଆଇଆଇ) ଏନଡିପି ଏସ ଆକ୍ଟ ଅନୁସାରେ ମାମଲା ହୋଇଥିଲା. ଏହି ବ୍ୟକ୍ତିଙ୍କୁ ଯେ କେହି ଦେଖନ୍ତି ତେବେ ଇନ୍ସପେକ୍ଟର ଇ‌ନଚାର୍ଜ ପାର୍ବତୀପୁରମ ଟାଉନ ଥାନା ଫୋନ ନମ୍ବର ୯୧୨୧୧୦୯୪୬୭ ବା ସବଇନ୍ସପେକ୍ଟର ଟାଉନ ଥାନା ପାର୍ବତୀପୁରମ ୮୩୪୧୫୧୭୪୩୨ ଦ୍ୱାରା ଜଣାଇବାକୁ ଥାନା ପକ୍ଷରୁ ଅନୁରୋଧ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ