ଜିଲ୍ଲା ସ୍ତରୀୟ ବିଶ୍ଵ ମତ୍ସ୍ୟ ଦିବସ -୨୦୨୫ ପାଳିତ
ବାଲେଶ୍ଵର (ସରୋଜ ପଣ୍ଡା):- ଅଦ୍ୟ ଦିବା ୧୧ ଘଟିକା ସମୟରେ ସ୍ଥାନୀୟ ବ୍ରିଟ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ସ୍ତରୀୟ ବିଶ୍ଵ ମତ୍ସ୍ୟ ଦିବସ -୨୦୨୫ ବାଲେଶ୍ଵର ଜିଲ୍ଲା ମତ୍ସ୍ୟ ବିଭାଗ ,ଉପ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଦୀପ୍ତି କାନ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ପ୍ରାରମ୍ଭରେ ଏହି ଦିବସ ପାଳନ ପରିପ୍ରେକ୍ଷୀରେ ଆୟୋଜିତ ସମାବେଶରେ କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ଧୂପ ଦୀପ ପୁଷ୍ପ ଅର୍ପଣ କରି କାର୍ଯ୍ୟାରମ୍ଭ ହୋଇଥିଲା।ଏହି ଜିଲ୍ଲା ସ୍ତରୀୟ ବିଶ୍ଵ ମତ୍ସ୍ୟ ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବାଲେଶ୍ଵର ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ନାରାୟଣ ପ୍ରଧାନ ଯୋଗ ଦେଇ ଥିବା ବେଳେ ଅନ୍ୟାନ୍ୟ ବରେଣ୍ୟ ସମ୍ମାନୀତ ଅତିଥି ମାନଙ୍କ ମଧ୍ୟରେ ବାଲେଶ୍ଵର ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ (ସାଧାରଣ)ଶ୍ରୀଯୁକ୍ତ ସୁଧାକର ନାୟକ, ମାନ୍ୟବର ବାଲେଶ୍ଵର ସଦର ବିଧାୟକଙ୍କ ପ୍ରତିନିଧି ଶ୍ରୀଯୁକ୍ତ କାର୍ତ୍ତିକ ଚନ୍ଦ୍ର ରାଉତ,ଅପିକୋଲ ଜିଲ୍ଲା ସଂଯୋଜକ ସୁଶ୍ରୀ ପ୍ରତିଜ୍ଞା ଉତ୍କଳିକା ଦାସ, ମେରାଇନ୍, ଏ.ଡି.ଏଫ୍.ଓ ସି.ଏସ.ପଲ୍ଲବୀ, ଟ୍ରୋଲୋର ସଂଗଠନ ଅଧକ୍ଷ ଶ୍ରୀଯୁକ୍ତ ବାଦଲ ଦାସ, ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶ୍ରୀଯୁକ୍ତ କାର୍ତ୍ତିକ ଚନ୍ଦ୍ର ନାୟକ, ନୀଳଗିରି ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ଗୋବର୍ଦ୍ଧନ ବିଶ୍ଵାଳ ପ୍ରମୁଖ ମଞ୍ଚାସିନ ଥିଲେ।ଏହି ଦିବସ ପାଳନ ସମାରୋହରେ ବାଲେଶ୍ଵର ଜିଲ୍ଲା ମତ୍ସ୍ୟ ବିଭାଗୀୟ ଉପ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଦୀପ୍ତି କାନ୍ତ ମହାପାତ୍ର ଦିବସ ପାଳନର ଆଭିମୁଖ୍ୟ, ଉଦ୍ଦେଶ୍ୟ ସମ୍ପର୍କରେ ସ୍ଵାଗତ ଅଭିଭାଷଣରେ ସମ୍ୟକ୍ ବକ୍ତବ୍ୟ ରଖିଥିଲେ। ଏହି ଦିବସ ପାଳନ ଅବସରରେ ମୂଖ୍ୟ ଅତିଥି ମାନ୍ୟବର ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ନାରାୟଣ ପ୍ରଧାନ ମାଛ ଚାଷ ଏକ ଲାଭଦାୟକ ଉତ୍ସ।ସାରା ବିଶ୍ବରେ ଆମ ଭାରତ ମାଛ ଅମଳ ବା ଉତ୍ପାଦନରେ ୪ର୍ଥ ସ୍ଥାନରେ ରହିଛି। ମାଛରୁ ଆମେ ବିଭିନ୍ନ ଭିଟାମିନ ପାଇଥାଉ ଓମେଗା ଭଳି ଉତ୍କୃଷ୍ଟ ମାନର ଭିଟାମିନ ଉପାଦାନ ପାଇପରିଥାଉ। ତେଣୁ ମତ୍ସ୍ୟ ଚାଷ କରି ଉନ୍ନତ ମାନର ଯାଆଁଳା ବ୍ୟବହାର କରି ଅଧିକ ଉତ୍ପାଦନ ନିମେନ୍ତ ସରକାର ବିଭିନ୍ନ ଯୋଜନାରେ ଫାଇଦା ନେବାକୁ ଉପସ୍ଥିତ ମତ୍ସ୍ୟଜୀବି, ମତ୍ସ୍ୟ ବ୍ୟବସାୟୀ, ମତ୍ସ୍ୟ ଚାଷୀ ମାନଙ୍କୁ ପ୍ରବର୍ତାଇଥିଲେ। ଅନ୍ୟାନ୍ୟ ବରେଣ୍ୟ ସମ୍ମାନୀତ ଅତିଥି ମାନଙ୍କ ମଧ୍ୟରେ ବାଲେଶ୍ଵର ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ସାଧାରଣ ଶ୍ରୀଯୁକ୍ତ ସୁଧାକର ନାୟକ ଏହି ବିଶ୍ଵ ମତ୍ସ୍ୟ ଦିବସ ପାଳନ ବିଗତ ୨୦୧୮ ମସିହାରୁ ପାଳନ ହୋଇ ଆସୁଥିବା ବେଳେ ଆମ ଓଡିଶାର ବାଲେଶ୍ଵର ଜିଲ୍ଲାରେ ଏହି ଦିବସ ପାଳନର ଆବଶ୍ୟକତା, ମତ୍ସ୍ୟଜୀବି ପରିବାର ପ୍ରତି ସରକାରଙ୍କ ଆଭିମୁଖ୍ୟ , ବିଭିନ୍ନ ଯୋଜନା ଏବଂ ସହାୟତା ସଂପର୍କରେ ବିଶେଷ ଆଲୋକପାତ କରିଥିଲେ। ଅନ୍ୟ ବରେଣ୍ୟ ସମ୍ମାନୀତ ଅତିଥି ଗଣ ମାଛ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ଓଡିଶା ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ୫ଗୋଟି ବିଭାଗରେ ୧୧୭ ଗୋଟି ଯୋଜନା ମାଧ୍ୟମରେ ହିତାଧିକାରୀଙ୍କୁ ବ୍ୟାଙ୍କ୍ ମାଧ୍ୟମରେ ରିହାତି ରେ ଋଣ ଅର୍ଥ ଯୋଗାଇ ଦେଉଥିବା ସମ୍ପର୍କରେ ଅବଗତ କରିଥିଲେ।ଏହି ମତ୍ସ୍ୟ ଚାଷ ପାଇଁ ଆଗ୍ରହୀ ହିତାଧିକାରୀ ଆବଶ୍ୟକ ଜମିରେ ପୋଖୋରୀ ଖୋଳିବା ପାଇଁ ବ୍ୟାଙ୍କ ପକ୍ଷରୁ ଋଣ ଅନୁସୂଚୀତ ଜାତି ଓ ଜନଜାତି ବର୍ଗ ଏବଂ ସ୍ଵଂୟ ସହାୟକ ଗୋଷ୍ଠୀ ଙ୍କ ନିମନ୍ତେ ସର୍ବାଧିକ ୫୦ରୁ ୬୦ ପ୍ରତିଶତ ରିହାତି ଏବଂ ସାଧାରଣ ବର୍ଗ ଙ୍କ ନିମନ୍ତେ ୪୦ ପ୍ରତିଶତ ରିହାତି ବ୍ୟବସ୍ଥା ରହିଛି। ମଧୁର ଜଳ ଓ ସାମୁଦ୍ରିକ ଜଳ ମାଛ ଶିକାର ବେଆଇନ ଭଳି କାର୍ଯ୍ୟରୁ ନିବୃତ ରହିବାକୁ ପରାମର୍ଶ ଏବଂ ମାଛ ଯାଆଁଳ ସମୟରେ ସମୁଦ୍ରରେ ମାଛ ଶିକାର ବେଆଇନ, ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ କରିବା ସଙ୍ଗେ ସଙ୍ଗେ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟକାରୀ ହେଉଥିବା ଯୋଜନାର ସଫଳତା ନିମନ୍ତେ ସମସ୍ତଙ୍କ ସହଯୋଗ ଉପରେ ଗୁରୁତ୍ଵାରୋପ କରିଥିଲେ। ଉକ୍ତ ଦିବସ ପାଳନ ଅବସରରେ ଜିଲ୍ଲାର ଅଗ୍ରଣୀ ମତ୍ସ୍ୟ ଚାଷୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଓଡ଼ିଶା ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ଜିଲ୍ଲା ମତ୍ସ୍ୟ ବିଭାଗ ଆନୁକୂଲ୍ୟରେ ଆୟୋଜିତ ସମାବେଶରେ ଜିଲ୍ଲା ଓ ବ୍ଲକରୁ ସାମିଲ ହୋଇଥିବା ୫ ଗୋଟି ବିଭାଗର ଅଧିକାରୀ,କର୍ମକର୍ତ୍ତା, ମତ୍ସ୍ୟ ଚାଷୀ, ମତ୍ସ୍ୟ ଜୀବି ସଂଗଠନର କର୍ମକର୍ତ୍ତା, ମତ୍ସ୍ୟ ବ୍ୟବସାୟୀ, ଟ୍ରୋଲର୍ ସଂଗଠନ କର୍ମକର୍ତ୍ତା ସମେତ ସାମ୍ବାଦିକ ବନ୍ଧୁ ଯୋଗ ଦେଇଥିଲେ।ଏହି ଦିବସ ପାଳନ ସଫଳତା ନିମନ୍ତେ ସହକାରୀ ମତ୍ସ୍ୟ ଅଧିକାରୀ ଶ୍ରୀଯୁକ୍ତ ସୁବ୍ରତ କୁମାର ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ବାହାନଗା ସହକାରୀ ମତ୍ସ୍ୟ ଅଧିକାରୀ ଶ୍ରୀମତୀ ଅନିଶା ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ।


