ଏସଆଇରର ସଫଳ ସମାପ୍ତି ଉପଲକ୍ଷେ ସମ୍ବର୍ଦ୍ଧନା ସଭା
ଗୁଣପୁର (ୱାଇଏନଏସ) ୧୩୮-ଗୁଣୁପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧୀନରେ ଏସଆଇଆର ୨୦୨୬ ର ସଫଳ ସମାପ୍ତି ଅବସରରେ ଵନ୍ଧୁତ୍ବପୂର୍ଣ୍ଣ କ୍ରିକେଟ ମ୍ୟାଚ ଏବଂ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗୁଣୁପୁରସ୍ଥିତ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉପ-ଜିଲ୍ଲାପାଳ ତଥା ଇଆରଓ ଦୁଧାଲ ଅଭିଷେକ ଦିଲ୍ଲୀପ ମୁଖ୍ୟ ଅତିଥୀ ରୂପେ ଯୋଗଦେଇ ଏହି ପ୍ରକ୍ରିୟାରେ ଉଲେଖନୀୟ କାର୍ଯ୍ୟ କରିଥିବା ଶ୍ରେଷ୍ଠ ବିଏଲଓ ଓ ସୁପରଭାଇଜର ମାନଙ୍କୁ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଗୁଣପୁର ପୋୖରାଞ୍ଚଳର ବିଏଲଓ ଶିକ୍ଷୟତ୍ରୀ ଶ୍ରୀମତି ଭବାନୀ କୁମାରୀ ଶତପଥି, ରୋଜି କୋରା, ଗୁଣପୁର ବ୍ଳକର ପ୍ରତାପ ଚନ୍ଦ୍ର ବେହେରା, କୁତନ ଶବର, ଚନ୍ଦ୍ରପୁର ବ୍ଲକର ହରେକୃଷ୍ଣ ଶବର, ରଜନୀକାନ୍ତ ବଳିଆର ସିଂହ, ଗୁଡାରି ବ୍ଲକର ସୀମାଦ୍ରୀ ତିରୁମୁଲା, ଲାଡି ଭେଙ୍କେଟା ରାବଣା, ରାମନାଗୁଡା ବ୍ଲକର ସୁନିତା କୁମାରୀ ମାଣ୍ଡାଙ୍ଗୀ, ଜାମି ନାଗାରାଜା ରାଓ,ପଦ୍ମପୁର ବ୍ଲକର ଅକ୍ଷୟ କୁମାର ରଣା, ସୁଦାମ ମାଝି, ଗୁଡାରି ବିଜ୍ଞାପିତ ଅଞ୍ଚଳର ବିଏଲଓ ତାଙ୍ଗୁଡୁ ନାଗେଶ୍ଵର ରାଓ ଓ ଶୈଳେନ୍ଦ୍ରି ଶବରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ଶ୍ରେଷ୍ଠ ସୁପରଭାଇଜର ରୂପେ ଗୁଣପୁର ମ୍ୟୁନିସିପାଲଟିର ତାପସ କୁମାର ପଟ୍ଟନାୟକ, ସୁବାଶିଷ ସ୍ବାଇଁ,ରାମନାଗୁଡାର ରମେଶ ଚନ୍ଦ୍ର ମିଶ୍ର, ପଦ୍ମପୁରର ସ୍ନିଗ୍ଧାମୟୀ ବାରିକ,ଗୁଡାରୀର ନିଲାଞ୍ଚଳ ମିଶ୍ର, ଗୁଡାରି ବିଜ୍ଞାପିତ ଅଞ୍ଚଳର କେଙ୍ଗୁଆ ଜଗଦୀଶ ରାଓ,ଚନ୍ଦ୍ରପୁର ଜୟରାମ କ୍ରିଷ୍ଣା , ଗୁଣପୁର ବ୍ଲକ ନିରାକାର ସାହୁଙ୍କୁ ଉପଜିଲ୍ଲାପାଳ ଶ୍ରୀ ଦୁଧାଲ ମାନ ପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଏସଆଇଆର ୨୦୨୬ ପ୍ରକ୍ରିୟାକୁ ସଫଳତାର ସହ ସମ୍ପନ୍ନ କରିବାରେ ନିଜର ଯୋଗଦାନ ଦେଇ ନିଷ୍ଠାପର ଓ ପ୍ରଶଂସନୀୟ ପ୍ରୟାସକୁ ସ୍ୱୀକୃତି ଦେବା ଉଦ୍ଦେଶ୍ୟରେ, ନିଷ୍ଠାବାନ ବିଏଲଓ ଓ ବିଏଲଓ ସୁପରଭାଇଜରଙ୍କ ସମେତ ଏଇଆରଓ ,ଜିଡିପିଓ ଏବଂ ନିର୍ବାଚନ କର୍ମଚାରୀମାନଙ୍କୁ ପ୍ରଶଂସାପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା। ସେହିପରି ଗୁଣୁପୁର ମିନି ଷ୍ଟାଡିୟମ୍ରେ ‘ଆଡମିନିଷ୍ଟ୍ରେସନ୍ ଏକା ଦଶ (ପ୍ରଶାସନିକ ଦଳ) ଏବଂ ‘ ବିଏଲଓ ଏକାଦଶଙ୍କ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍ ମଧ୍ୟ ଆୟୋଜନ କରାଯାଇଥିଲା। ଏଥିରେ ପ୍ରଶାସନିକ ଦଳ ନିର୍ଦ୍ଧାରିତ ଓଭର ମଧ୍ୟରେ ୧୨୦ ରନ କରିଥିବା ବେଳେ ଦଳ ପକ୍ଷରୁ ବରିଷ୍ଠ କିରାଣି ଡ଼ମ୍ବୁରୁଧର ଗୌଡ଼ ୫୦ ରନ କରିଥିଲେ। ଏହାର ଜବାବରେ ବିଏଲଓ ଏକାଦଶ ମାତ୍ର ୧୦୦ ରନ କରିବାରେ ସକ୍ଷମ ହୋଇ ପରାଜୟ ବରଣ କରିଥିଲେ। ଏହି ଅଵସରରେ ବିଭିନ୍ନ ବ୍ଳକର ତହସିଲଦାର ଏବଂ ବିଡ଼ିଓ ମାନେ ଉପସ୍ଥିତ ଥିଲେ।ଏହି କାର୍ଯ୍ୟକ୍ରମକୁ ଡେ଼ପୁଟି କଲେକ୍ଟର ବିପିନ ବିହାରୀ ନାୟକ, ଶୁଭ୍ରସ୍ନାତ ରାଉତ , ଗୁଣପୁର ବିଡିଓ ସ୍ବାସ୍ତିକ ଜମାଦାର, ସୁଶାନ୍ତ କୁମାର ଦାଶ ପ୍ରମୁଖ ପରିଚାଳନା କରିଥିଲେ।


