ଇଣ୍ଡିଆ ମେଣ୍ଟର ଅକ୍ଟୋବର ୮ ରେ ଓଡ଼ିଶା ବନ୍ଦ ପାଳନ

ଗୁଣୁପୁର: (ୱାଇ ଏନ ଏସ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ୍ଵର କୁମାରଙ୍କୁ ଗିରଫ ଦାବୀରେ “ଇଣ୍ଡିଆ ମେଣ୍ଟ” ତରଫରୁ ଆସନ୍ତା ୮ ତାରିଖରେ ଓଡିଶା ବନ୍ଦ ପାଳନ ନିମନ୍ତେ ଗୁଣୁପୁର  ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଓ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ଅବିଳମ୍ବେ ବହିଷ୍କାର କରିବା ସହିତ ଭୋଟ ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ତୁରନ୍ତ ବନ୍ଦ କରିବା, ଭୁଲରେ ଭୋଟ ତାଲିକାରୁ ବାଦ୍ ପଡ଼ିଥିବା ଲୋକଙ୍କ ଭୋଟ ଦାନ ଅଧିକାର ପୁନଃ ସ୍ଥାପିତ କରିବା, ଭାରତୀୟ ନିର୍ବାଚନ ଆୟୋଗର ସ୍ଵାଧୀନ ଏବଂ ଗଣତାନ୍ତ୍ରିକ କାର୍ଯ୍ୟ ପ୍ରଣାଳୀକୁ ପୁନଃ ସ୍ଥାପିତ କରିବା, ନିର୍ବାଚନ କମିଶନରଙ୍କ ନିଯୁକ୍ତିର ବର୍ତ୍ତମାନ ବ୍ୟବସ୍ଥାକୁ ସୁପ୍ରିମ କୋର୍ଟଙ୍କ ଦ୍ୱାରା ପ୍ରସ୍ତାବିତ ଚୟନ କମିଟି  ପ୍ରଧାନମନ୍ତ୍ରୀ, ବିରୋଧୀ ନେତା ଓ ଭାରତର ପ୍ରଧାନ ବିଚାରପତିଙ୍କୁ ନେଇ ଗଠିତ କମିଟି ଦ୍ୱାରା ନିର୍ଦ୍ଧାରଣ ରେ ନିଯୁକ୍ତି କରିବା ନେଇ “ଇଣ୍ଡିଆ ମେଣ୍ଟ” ପକ୍ଷରୁ ଦାବି କରାଯାଇଥିଲା। ଏହି ଅଵସରରେ  ଗୁଣପୁର ବିଧାୟକ ସତ୍ୟଜିତ ଗମାଙ୍ଗ, (କଂଗ୍ରେସ), ସିପିଆଇ (ଏମ୍ଏଲ) ଲିବରେସନ,ଜିଲ୍ଲା ସମ୍ପାଦକ ତ୍ରୀପତି ଗମାଙ୍ଗ, ଅନାସିମ ଶବର, ଜଗନ୍ନାଥ ଶବର, ରମାକାନ୍ତ ମାଝୀ, କଂଗ୍ରେସ ର ବରିଷ୍ଠ ନେତା ଶଙ୍କର୍ଷଣ ମଗଂରାଜ, ସନ୍ତୋଷୀ ଗମାଙ୍ଗ, ନୀଳମାଧବ ସାହୁ, ଭାରତ ଭୁଷଣ  ବେମାନ ପ୍ରମୁଖ ଉପସ୍ଥିତ ଥିଲେ।  ସବୁ ଦଳର ରାଜନୈତିକ ନେତା ମାନେ ଅଗଷ୍ଟ  ୦୮ ତାରିଖ ଓଡିଶା ବନ୍ଦ ପାଳନଙ୍କୁ ସଫଳ କରିବା ପାଇଁ ନିବେଦନ କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ