କେନ୍ଦ୍ରାପଡା କଲେଜ କମ୍ପ୍ୟୁଟର ବିଜ୍ଞାନ ବିଭାଗର ଆଲୁମିନି ବୈଠକ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ କମ୍ପ୍ୟୁଟର ବିଜ୍ଞାନ ବିଭାଗର ଆଲୁମିନି ବୈଠକ ଶନିବାର ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବର୍ତ୍ତମାନର ଅଧ୍ୟାପକଙ୍କ ସମେତ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ କମ୍ପ୍ୟୁଟର ବିଜ୍ଞାନ ବିଭାଗର ପୁରାତନ ଛାତ୍ରଛାତ୍ରୀମାନେ ଏକତ୍ରୀତ ହୋଇ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଥିଲେ । ପୁରାତନ ଛାତ୍ରଛାତ୍ରୀ ମାନଙ୍କ ସମେତ ବର୍ତ୍ତମାନର ଛାତ୍ରଛାତ୍ରୀମାନେ ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଡ଼. ପ୍ରଭାକର ମଲିକ ଯୋଗଦେଇ କିଭଳି ପୁରାତନ ଛାତ୍ରଛାତ୍ରୀ ବିଭାଗୀୟ ଅନୁଷ୍ଠାନର ମୁଖ୍ୟ ଅଂଶ ତାହା ବର୍ଣ୍ଣନା କରିଥିଲେ । ବିଭାଗୀୟ ମୁଖ୍ୟ ଡ. ଆନନ୍ଦ ଚନ୍ଦ୍ର ନାୟକ ବୈଠକରେ ସଭାପତିତ୍ୱ କରି କହିଥିଲେ ଯେ ପୁରାତନ ଛାତ୍ରଛାତ୍ରୀମାନଙ୍କ ସହାୟତାରେ ବିଭାଗର ସର୍ବକାଳୀନ ବିକାଶ ସମ୍ଭବ । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପିକା ସୌମ୍ୟାରାଣୀ ମହାରଣା, ସଞ୍ଜୟ କୁମାର ସ୍ୱାଇଁ, ସୁବ୍ରତ କୁମାର ପାତ୍ର, ଜ୍ୟୋତି ପ୍ରକାଶ କର ପ୍ରମୁଖ ଅନୁଷ୍ଠାନରେ ପୁରାତନ ଛାତ୍ରଛାତ୍ରୀ ମାନଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ । ବୈଠକରେ ଚଳିତ ବର୍ଷ ଠାରୁ ଆରମ୍ଭ ହୋଇଥିବା ବିଭାଗୀୟ ବାର୍ଷିକ ସମ୍ବାଦପତ୍ର ଉନ୍ମୋଚିତ ହୋଇଥିଲା । ଆଲୁମିନିମାନଙ୍କ ମଧ୍ୟରୁ ଅଶ୍ୱିନୀ ରାଉତ, ବିକ୍ରମ ବାରିକ, ପ୍ରବୀର କୁମାର ସାହୁ, ସୌମ୍ୟରଞ୍ଜନ ରାଉତ, ପ୍ରଭାତ ଦାସ, ଶ୍ରଦ୍ଧାଞ୍ଜଳି ପାଢ଼ୀ, କଳ୍ପନା ଧଳ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ