କୋଣାର୍କ ମାର୍କେଟ କମ୍ପ୍ଲେକ୍ସ ପରିସରରେ ମା ଲକ୍ଷ୍ମୀଙ୍କ ପୂଜା ଅନଷ୍ଠିତ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):କୋଣାର୍କ ସ୍ଥିତ ମାର୍କେଟ କମ୍ପ୍ଲେକ୍ସ ପରିସରରେ ମା ଲକ୍ଷ୍ମୀ ପୂଜା କମିଟି ଆନୁକୂଲ୍ୟରେ ମା ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଛି। ଖବରରୁ ପ୍ରକାଶ ଯେ ବିଗତ ବର୍ଷ ମାନଙ୍କ ଭଳି ଚଳିତ ବର୍ଷ କୋଣାର୍କ ସ୍ଥିତ ମାର୍କେଟ କମ୍ପ୍ଲେକ୍ସ ପରିସରରେ ମହାମାୟୀ ମା ଲକ୍ଷ୍ମୀଙ୍କର ପୂଜାର୍ଚ୍ଚନା ପବିତ୍ର କୁମାର ପୂର୍ଣ୍ଣିମା ଅବସରରେ ଆରମ୍ଭ ହୋଇଛି। ଧାର୍ମିକ ରୀତିନୀତି ଅନୁଯାୟୀ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରୁ ପୂଜା କମିଟି ଓ ଶ୍ରଦ୍ଧାଳୁ ଭକ୍ତମାନେ କଳସ ଯାତ୍ରାରେ ଯାଇ ପବିତ୍ର ଜଳ ଆଣିବା ପରେ ମା ଙ୍କ ବିଗ୍ରହ ପ୍ରତିଷ୍ଠା କରାଯାଇଥିଲା। ପବିତ୍ର କୁମାର ପୂର୍ଣ୍ଣିମା ଅବସରରେ ପୂର୍ବାହ୍ନ ସମୟରେ ଧାର୍ମିକ ରୀତିନୀତି ଅନୁଯାୟୀ ମା ଲକ୍ଷ୍ମୀଙ୍କ ନିକଟରେ ହୋମ ଯଜ୍ଞ ଆଦି କାର୍ଯ୍ୟ କରାଯାଇ ପୂଜାର୍ଚ୍ଚନା ଆରମ୍ଭ କରାଯାଇଛି। ଏହି ପୂଜା କାର୍ଯ୍ୟ ମା ଲକ୍ଷ୍ମୀ ପୂଜା କମିଟି ସଭାପତି ସୁରେନ୍ଦ୍ର କୁମାର ସାହୁ , ଉପସଭାପତି ଗଣେଶ ପ୍ରସାଦ ଜେନା ଙ୍କ ତତ୍ବାବଧାନରେ ଅନୁଷ୍ଠିତ ହେଉଛି। ଏହି କାର୍ଯ୍ୟରେ ସଂପାଦକ ମନୋଜ କୁମାର ସେଠ, କୋଷାଧ୍ୟକ୍ଷ ସ୍ବାଧୀନ କୁମାର ନାୟକ, ଶିବରାମ ରାୟ , ବିଶ୍ବାସ ଦେବ ମହାପାତ୍ର, ଚନ୍ଦ୍ର ଶେଖର ବିଶ୍ବାଳ, ମିଲନ କୁମାର ରାଉତ, କାଳନ୍ଦୀ ଖୁଣ୍ଟିଆ, ବବୁ ପ୍ରସାଦ ବେଉରା ଓ ରାଜେଶ ସାହୁ ସମେତ ସଭ୍ୟ ମାନଙ୍କ ମିଳିତ ସହଯୋଗରେ ଆୟୋଜିତ ହୋଇଛି। ଏହି ପୂଜା କାର୍ଯ୍ୟରେ କର୍ତା ଭାବେ ସୁଶାନ୍ତ କୁମାର ଚିନାରା ଓ କୀର୍ତୀ ଭାବେ ମିନତୀ ସାହୁ ପୂଜାର୍ଚ୍ଚନା କାର୍ଯ୍ୟ ନିର୍ବାହ କରୁଛନ୍ତି। ଏହି ପୂଜା କାର୍ଯ୍ୟରେ ପୂଜକ ଭାବେ ପପୁ କର ଓ ମିଟୁ ରଥ ପ୍ରମୁଖ ଦାୟିତ୍ବ ନିର୍ବାହ କରୁଛନ୍ତି। ଏହି ପୂଜା ୫ଦିନ ବ୍ୟାପି ଚାଲିବ ବୋଲି ପୂଜା କମିଟି ସଭାପତି ସୁରେନ୍ଦ୍ର କୁମାର ସାହୁ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ