ଗାରୋଇ ଆଶ୍ରମରେ ପଂଚୁ ଦୋଳ ମେଳଣ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ନାଉଗାଁ ବ୍ଲକ ଅନ୍ତର୍ଗତ ଗାରୋଇ ଆଶ୍ରମରେ ଶନିବାର ପଂଚୁ ଦୋଳ ମେଳଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରତ୍ୟୁଷରୁ କୋରୁଅ, ମଝିପଡା, ବାଲିପାଟଣା, ଡେରିକି ଓ ଗାରୋଇ ଆଦି ଗ୍ରାମର ୫ଟି ଦୋଳ ବିମାନ ଏକ ଆଧ୍ୟାତ୍ମିକ ପଟୁଆରରେ ଆସି ଆଶ୍ରମ ପରିସରରେ ପହିଁଚିଥିଲେ । ଆଶ୍ରମ ପକ୍ଷରୁ ମେଳଣରେ ଯୋଗ ଦେଇଥିବା ୫ଟି ଦୋଳ ଗୋବିନ୍ଦ ଠାକୁରଙ୍କୁ ପାରମ୍ପରିକ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା । ବିଭିନ୍ନ ଗ୍ରାମରୁ ଆସିଥିବା ସଂକୀର୍ତନ ମଣ୍ଡଳୀ ଓ ଆଶ୍ରମର ଭକ୍ତମାନେ ଭକ୍ତି ସଂଗୀତ ପରିବେଷଣ କରି ପରିବେଶକୁ ଆଧ୍ୟାତ୍ମିକମୟ କରାଯାଇଥିଲେ । ଆଶ୍ରମର ପ୍ରତିଷ୍ଠାତା ବାବା ବୁଦ୍ଧନାଥ ଦାସଙ୍କ ଦ୍ୱାରା ଆମ୍ଭ କରାଯାଇଥିବା ଏହି ଧାର୍ମିକ ପରମ୍ଫରାକୁ ଆଶ୍ରମର ବାବା ଆଦିତ୍ୟ ନାରାୟଣ ଦାସଙ୍କ ସମେତ ଭକ୍ତ ଦେବୀଦତ ରଥ, କାହ୍ନୁୁଚରଣ ନାୟକ, ଜଗନ୍ନାଥ ସଂସଦର ସଭାପତି ବେଣୁଧର ମହାନ୍ତି, ବିରଂଚି ନାରାୟଣ ମହାପାତ୍ର, ଆଲୋକ ବିଶ୍ୱାଳ, ସ୍ଥାନୀୟ ପଂଚଶଖା କ୍ଲବ, ତେଲସରାସ୍ଥିତ ଗ୍ରାମେଶ୍ୱର ପଠାଗାର, ଡାହାଣିଖିଆସ୍ଥିତ ଶ୍ରୀଶ୍ରୀ ଜଟାଧାରୀ ଯୁବକ ସଂଘର ସଭ୍ୟ ଓ କର୍ମକର୍ତାମାନେ ଉତ୍ସବକୁ ପରିଚାଳନା କରିଥିଲେ ।