ବିମାନ କାନ୍ଧେଇ ବଜାର ପରିକ୍ରମା କଲେ ଅଞ୍ଚଳବାସୀ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଗଣିଜାଙ୍ଗ ବାଉନଘର ମେଳନରେ ପ୍ରାୟ ୧୫ଟି ସୁସଜ୍ଜିତ ବିମାନ ଶୋଭାଯାତ୍ରାରେ ନିଆଯାଇ ଗଣିଜାଙ୍ଗ ବଜାର ପରିକ୍ରମା କରାଯାଇଥିଲା । ପାରମ୍ପରିକ ବାଜା ଓ ହରି ନାମରେ ଗାଁ ଦାଣ୍ଡି ପ୍ରକମ୍ପିତ ହୋଇଥିଲା । ଏହି ମେଳନରେ ପାଖ ପଞ୍ଚାୟତ ଓ ଗ୍ରାମରୁ ମେଢ ଆସିଥାନ୍ତି । ଏହି ଅନୁଷ୍ଠାନ ଦୀର୍ଘ ଶହେ ବର୍ଷରୁ ଉର୍ଦ୍ଧ୍ୱ ହେବ ଅନୁଷ୍ଠିତ ହୋଇଆସୁଛି । ଭକ୍ତ ମାନେ ବିମାନରେ ଗୋଟିଏ ପାଶ୍ୱର୍ରେ ଓ ଅନ୍ୟ ପାଶ୍ୱର୍ରେ ଗଉଡ ଭାଇ ମାନେ ବିମାନ କାନ୍ଧେଇବା ଦୃଶ୍ୟ ସମସ୍ତଙ୍କର ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଥିଲା । ଗଣିଜାଙ୍ଗ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରରୁ ରାଧାକୃଷ୍ଣଙ୍କ ବିମାନ ବାହାରି ଗଣିଜାଙ୍ଗ ବାଉନଘର ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଅଣାଯାଇଥିଲା । ଭଗବାନଙ୍କ ବିମାନ ଶୋଭାଯାତ୍ରାରେ ସାମିଲ ହୋଇ ଏହି ମହତ କାର୍ଯ୍ୟ କରିବାର ସୁଯୋଗ ପାଇଥିବାରୁ ଏହା ଆମର ସୌଭାଗ୍ୟ ବୋଲି ଗ୍ରାମବାସୀ ମାନେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ