ଶିବିରରେ ୪୫ ୟୁନିଟ ରକ୍ତ ସଂଗ୍ରହ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଗୋପିନାଥ ଜୀଉ ନୋଡ଼ାଲ ଉପ୍ରା ବିଦ୍ୟାଳୟ ପରିସରରେ ଗୋପିନାଥପୁର ଯୁବକ ସଂଘ ଆନୁକୂଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଏଥିରେ ୪୫ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ଜିଲା ମୁଖ୍ୟ ଚିକିତ୍ସାଳୟ ରକ୍ତ ଭଣ୍ଡାରର ଡାକ୍ତର ଶରତ କୁମାର ଆଚାର୍ଯ୍ୟ, ଲ୍ୟାବ୍ ଟେକ୍‌ନିସିଆନ୍ ରବିନ୍ଦ୍ର କୁମାର ଜେନା, ରଶ୍ମିତା ମହାଳିକ, କାଉନସିଲର ରତିକାନ୍ତ ବଳ, ସହାୟକ ପ୍ରକାଶ ବେହେରା, ବଳରାମ ପୁହାଣ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ । ଯୁବକ ସଂଘର ମନୋରଞ୍ଜନ ମହାପାତ୍ର, ମାନସ କୁମାର ବେହେରା, ସୁବ୍ରତ ଜେନା, ମନୋଜ ସେଠୀ, ଅନାଦି ଚରଣ ସାହୁଙ୍କ ପରିଚାଳନାରେ ଅନୁଷ୍ଠିତ ଶିବିରରେ ବିକାଶ ପଣ୍ଡା, ସନାତନ ସେଠୀ, ତୋଫାନ ଜେନା, ମନୋଜ ବେହେରା, ଜ୍ଞାନରଞ୍ଜନ ବେହେରା, ହଳଧର ଶିଅଳ,ଜଗମୋହନ ପାଣିଗ୍ରାହୀ, ଅନାଦି ସାହୁ, ଖଗେଶ୍ୱର ଜେନା, ଶଙ୍କର୍ଷଣ ସାହୁ, ସତ୍ୟଜିତ୍ ସାହୁ, ପରେଶ ବେହେରା ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ