ସଡକ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ ଅଞ୍ଚଳରେ ଶୋକର ଛାୟା
ବନ୍ତ, (ଚାନ୍ଦିନୀ ମହାନ୍ତି) : ଗତ ଶୁକ୍ରବାର ଚଣ୍ଡିଖୋଲ-ପାରାଦୀପ ରାସ୍ତାର ପଞ୍ଚୁପାଣ୍ଡବ ଠାରେ ଟ୍ରକ୍ ଦୁର୍ଘଟଣାରେ ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ନାରାୟଣପୁର ଗ୍ରାମର ସଞ୍ଜୀବ୍ ସେନାପତି(୨୦)ଙ୍କର ମୃତ୍ୟୁ ଘଟିଛି । ଶନିବାର ସନ୍ଧ୍ୟାରେ ସଂପୃକ୍ତ ଯୁବକଙ୍କ ମରଶରୀର ନିଜ ଗ୍ରାମରେ ପହଞ୍ôଚବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ଖବର ପାଇ ଗଣିଜାଙ୍ଗ ସରପଞ୍ଚ ରଞ୍ଜନ କୁମାର ସାହୁ, ଜଳଙ୍ଗା ସରପଞ୍ଚ ତଥା ଆଇନଜୀବି ସରୋଜ କୁମାର ଦାଶ, ସମାଜସେବୀ ଜଗନ୍ନାଥ ପାଣିଗ୍ରାହୀ, ୱାର୍ଡ ସଭ୍ୟ ମଧୁସୂଦନ ପାଣିଗ୍ରାହୀ, ଭୀମସେନ ଦାସ, ସନ୍ତୋଷ ରଣା, ଅଖିଳ ସାହୁ, ବିଜୟ ସାହୁ, ସୁଧାକର ସାହୁ, ପୂର୍ବତନ ସରପଞ୍ଚ ସୁବାଷ ଚନ୍ଦ୍ର ମଳିକ, ବ୍ଳକ ଉପାଧ୍ୟକ୍ଷାଙ୍କ ପ୍ରତିନିଧି ବିମ୍ବାଧର ଜେନା, ଅଶୋକ କୁମାର ବେହେରା, ଅରବିନ୍ଦ ବିଶ୍ୱାଳ, ରାଜେନ୍ଦ୍ର ବେହେରା, ଆଇନଜୀବି ଶତୃଘ୍ନ ଖିଲାର, ଗଣେଶ ବିଶ୍ୱାଳ, ପରମାନନ୍ଦ ସେଠୀ ପ୍ରମୁଖ ତାଙ୍କ ବାସଭବନରେ ପହଞ୍ôଚ ଶେଷ ଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ । ପ୍ରକାଶ ଥାଉକି, ଗତ ୭ ଦିନ ତଳେ ସଞ୍ଜୀବ୍ ଓଡି-୨୨ଏଲ୍-୫୮୯୩ ନମ୍ବର ବିଶିଷ୍ଟ ଟ୍ରକ୍ରେ ହେଲପର ଭାବେ କାର୍ଯ୍ୟ କରିବାକୁ ଯାଇଥିଲେ । ମାତ୍ର ଶୁକ୍ରବାର ରାତି ୧୧ଟା ୩୦ ମିନିଟ୍ ସମୟରେ ଚଣ୍ଡିଖୋଲ-ପାରାଦୀପ ରାସ୍ତାର ପଞ୍ଚୁପାଣ୍ଡବ ଛକ ଠାରେ ଦୁର୍ଘଟଣା ଘଟିଥିଲା । ପୋଲିସ ଗାଡିକୁ ଜବତ କରିବା ସହ ଡ୍ରାଇଭରକୁ ଗିରଫ କରିଛି । ଖବର ପାଇ ପରିବାରଲୋକେ ଘଟଣା ସ୍ଥଳରେ ପହଞ୍ôଚ ଯାଜପୁର ଡେରାବିଶ ଥାନାରେ ଏତଲା ଦେଇଥିଲେ । ପରେ ଶବ ବ୍ୟବଚ୍ଛେଦ କରାଯାଇ ପରିବାରଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ଅପରପକ୍ଷେ ଗତ ୨୦୧୦ ମସିହାରେ ତାଙ୍କ ବାପା ବଜ୍ରାଘାତରେ ମୃତ୍ୟୁ ବରଣ କରିଥିଲେ । ସଞ୍ଜୀବ୍ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହୋଇଥିବାରୁ ତାଙ୍କ ମୃତ୍ୟୁରେ ପରିବାରର ବିଧବା ମାଆ ଓ ସାନଭାଇ ଏବେ ଅସହାୟ ପଡିଛନ୍ତି । ରାଜ୍ୟ ସରକାର ତଥା ଜିଲ୍ଳା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ସରକାରୀ ସହାୟତା ଯୋଗାଇ ଦେବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି ।