୮୦୦ ହେକ୍ଟରର ଘାଇ, ମାଛ ଆଦାୟ ୧୫୦ କେଜି ୩୦୦ ପରିବାରକୁ ଏବେ ପେଟପାଟଣା ଚିନ୍ତା….
ସୋରଡା, (ରଜନୀକାନ୍ତ ମହାପାତ୍ର):କାର୍ତ୍ତିକ ପରେ ଛାଡଖାଇ। ଆମିଷ ବଜାର ରେ ଭିଡ ଜମିଛି। ସମସ୍ତେ ପୂଣ୍ୟ ଅର୍ଜିଲା ପରେ ଏବେ ଆମିଷ ପାଇଁ ଛଟପଟ। କାର୍ତ୍ତିକ ପରେ ଛାଡଖାଇ ଶନିବାର ଦିନ ପଡୁଥିବା ଯୋଗୁଁ ଏବଂ ସଙ୍କ୍ରାନ୍ତି ପାଇଁ ଗୋଟିଏ ଦିନ ପରେ ଲୋକେ ଛାଡଖାଇ ପାଳନ କରିଛନ୍ତି। ଏହି ଦିନ ଆମିଷ ଭୋଜନ ପାଇଁ ସବୁ ବଜାର ର ଲୋକଙ୍କ ଭିଡ ଯମୁଚି। ଗଞ୍ଜାମ ଜିଲ୍ଲା ସୋରଡା ଜଳଭଣ୍ଡାର ମାଛ ଉତ୍ପାଦନ ପାଇଁ ଏକ ପ୍ରମୁଖ କେନ୍ଦ୍ର। କିନ୍ତୁ ଗତ କିଛି ବର୍ଷ ହେଲା ସୋରଡା ଘାଇ ଦିନ କୁ ଦିନ ସତ୍ତା ହରାଇ ବାରେ ଲାଗିଛି। ଏହି ଘାଇ ଉପରେ ସୋରଡା ର୩୦୦ ରୁ ଉର୍ଦ୍ଧ ମଛ୍ୟ ଜୀବି ପେଟ ପାଟଣା ପାଇଁ ନିର୍ଭର କରିଥାନ୍ତି। ମାସ ତମାମ ଅପେକ୍ଷା ପରେ ଆଜି କିଛି ରୋଜଗାର ପାଇଁ ଆଶା ଥିଲା ହେଲେ ସବୁ ମଉଳିଗଲା। ଗତ ବର୍ଷ ଛାଡଖାଇ ଦୁଇ ଦିନ ରେ ୫୦୦୦ କିଲୋଗ୍ରାମ ମାଛ ଆଦାୟ ହୋଇଥିବା ବେଳେ ଚଳିତ ବର୍ଷ ମାତ୍ର ୧୫୦ ରୁ ୨୦୦ କିଲୋଗ୍ରାମ ମଧ୍ୟ ରେ ମାଛ ଆଦାଯ ହୋଇଛି। ସୋରଡା ଘାଇ ର ମାଛ ସ୍ଵତନ୍ତ୍ର ଚାହିଦା ଥିବା ବେଳେ ଆଜି ସକାଳୁ ବହୁ ଲୋକ ଘାଇ ରେ ସଜ ମାଛ କିଣିବା ପାଇଁ ଅପେକ୍ଷା ରେ ଥିଲେ, କିନ୍ତୁ ସବୁ ମଛ୍ୟ ଜୀବି ଖାଲି ଡଙ୍ଗା ଧରି ଫେରିଥିଲେ ଏବଂ ଜଗିବା ଲୋକେ ମଧ୍ୟ ନିରାଶ ହୋଇଥିଲେ। ଚଳିତ ବର୍ଷ ଘାଇ ରେ ପାଣି ର ଅଭାବ ଓ ଯାଁଳା ଛାଡିବା କ୍ଷେତ୍ର ରେ ଜିଲ୍ଲା ମଛ୍ୟ ଜୀବି ଅଧିକାରୀ ସୋରଡା ବ୍ଲକ ମଛ୍ୟ ଜୀବି ଅଧିକାରୀ ଙ୍କ ବ୍ୟାପକ ଅବହେଳା ଯୋଗୁଁ ସୋରଡା ଘାଇ ଦିନ କୁ ଦିନ ସତ୍ତା ହରାଇବା ସହ ମଛ୍ୟ ଜୀବି ମାନକ ରୋଜଗାର ମଧ୍ୟ ଖାଲି ହେବା ରେ ଲାଗିଛି। ପ୍ରମୁଖ କଥା ହେଲା ସୋରଡା ଜଳସେଚନ ବିଭାଗ ଓ ଜିଲ୍ଲା ମଛ୍ୟ ଜୀବି ଅଧିକାରୀ ଙ୍କ ସମନ୍ଵୟ ଅଭାବ ଯୋଗୁଁ ସୋରଡା ଘାଇ ଅନିଶ୍ଚିତତା ଭିତରେ ଗତି କରୁଛି। ଯେଉଁ ଦିନ ଯାଁଳା ଛଡ଼ାଯାଉଛି ସେହି ଦିନ ଜଳସେଚନ ବିଭାଗ କେନାଲ ରେ ପାଣି ଛାଡିବା ପାଇଁ ଗେଟ ଖୋଲୁଚି। ସୋରଡା ମଛ୍ୟ ଜୀବି ଷୋସାଇଟି ତରଫରୁ ୪୦୦ ହେକ୍ଟର ପାଇଁ ଏକ ଲକ୍ଷ ୩୬ ହଜାର ବାନ୍ଧିଲା ପରେ ୯୬ ହଜାର ଟଙ୍କା ର ଯାଁଳା ବଣ୍ଟା ଯାଉଛି। ଏପରି ସ୍ଥିତି ରେ କିଏ କାହାକୁ ଦୋଷ ଦେବ ତାହା ଭାବିବା କଷ୍ଟ। ଏମିତି ଦୟନିୟ ସ୍ଥିତି ମାତ୍ର ଗୋଟିଏ ବର୍ଷ ଭିତରେ ହେଇଥିବା ବେଳେ ସୋରଡା ମଛ୍ୟ ଜୀବି ଅଧିକାରୀ କିନ୍ତୁ ସପ୍ତାହ ରେ ଗୋଟିଏ ଥର ସୋରଡା ବୁଲିବାକୁ ଆସି ମୋଟା ଅଙ୍କ ଦରମା ନେଇ ଆରମ ସେ ରହିଛନ୍ତି। ଏପରି ସ୍ଥିତି ରେ ମଛ୍ୟ ଜୀବୀ ମାନେ କିପରି ବଞ୍ଚିବେ ସେ ନେଇ ଏବେ ଅନିଶ୍ଚିତତା ଜାରି ରହିଛି। ୮୦୦ ହେକ୍ଟର ଜମି ରେ ଥିବା ଓଡିଶା ର ସର୍ବପୁରାତନ ଜଳଭଣ୍ଡାର ପ୍ରତିବର୍ଷ ଛାଡଖାଇ ଓ ପଣା ସଙ୍କ୍ରାନ୍ତି ପରେ ୭ ରୁ ୮ ହଜାର କେଜି ମାଛ ଆଦାୟ କରିବା ପରିବର୍ତେ ବର୍ତମାନ ମାତ୍ର ୧୫୦ ରୁ ୨୦୦ କେଜି ଭିତରେ ସିମିତି ଆଦାୟ ହୋଇ ରହିଛି। ଏକ ରିପୋର୍ଟ ରୁ ଜଣାପଡିଛି ଯେ ଗଞ୍ଜାମ ଜିଲ୍ଲା ରେ ଦୈନଦିନ ୭୦ ଟନ ମାଛ ର ଆବଶ୍ୟକତା ରହୁଥିବା ବେଳେ ଆଦାୟ ମାତ୍ର ୩୦ ଟନ ହେଉଛି। ଏପରି ସ୍ଥିତି ରେ ଜିଲ୍ଲା ର ପ୍ରମୁଖ ଜଳଭଣ୍ଡାର ମାନକ ରକ୍ଷଣା ବେକ୍ଷଣ ଅଭାବ ଓ ପୁନଃଉଦ୍ଧାର ଯୋଜନା ର ବିଫଳତା ଯୋଗୁଁ ଏହି ଜଳଭଣ୍ଡାର ଗୁଡିକ ନିଜର ଅସ୍ତିତ୍ଵ ହରାଇବାରେ ଲାଗିଛନ୍ତି। ଏ ନେଇ ସୋରଡା ବିଧାୟକ ଗତ ବିଧାନ ସଭା ରେ ସୋରଡା ଜଳଭଣ୍ଡାର ରେ ମାଛ ଯାଁଳା ଉତ୍ପାଦନ କେନ୍ଦ୍ର ଖୋଲି ମଛ୍ୟ ଜୀବି ଙ୍କ ପେଟ ପାଟଣା ପାଇଁ ଦାବି କରିଛନ୍ତି ହେଲେ ତାହା ବର୍ତମାନ ଯାଏଁ କାର୍ଯ୍ୟକାରୀ ହୋଇନାହିଁ। ସୋରଡା ମଛ୍ୟ ଜୀବି ଦାମ ବେହେରା, ବୁଲୁ ବେହେରା, ପାଣ୍ଡା ବେହେରା ଙ୍କ କହିବା ହେଲା ସରକାର ଯଥା ଶୀଘ୍ର ଏଠାରେ ଯାଁଳା ଉତ୍ପାଦନ କେନ୍ଦ୍ର ଖୋଲିବା ସହ ଜଳଭଣ୍ଡାର ରେ ପାଣି ଗଛିତ କରି ନରଖିଲେ ସୋରଡା ଜଳଭଣ୍ଡାର ଦିନ କୁ ଦିନ ନିଜ ଅସ୍ତିତ୍ଵ ହରାଇବା ସହ ଅନେକ ମଛ୍ୟ ଜୀବି ପରିବାର ମଧ୍ୟ ଭୋକ ଊପବାସ ରେ ରହିବେ।