ଅଟୋକୁ ଧକ୍କା ଦେଲା ଟ୍ରାକ୍ଟର ଛାତ୍ରଛାତ୍ରୀ ସମେତ ଚାଳକ ଆହତ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ପାଟପୁର ଥାନା ଅନ୍ତର୍ଗତ ପଳାସପୁର କାଳୀ ମନ୍ଦିର ଠାରେ ଗୁରୁବାର ସକାଳେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ଅଟୋକୁ ଏକ ଇଟା ବୋଝେଇ ଟ୍ରାକ୍ଟର ଧକ୍କା ଦେବା ଫଳରେ ୫ ଜଣ ବିଦ୍ୟାର୍ଥୀ ସମେତ ଅଟୋ ଚାଳକ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି।ଆହତଙ୍କୁ ପ୍ରଥମେ ଦିଗପହଣ୍ଡି ମେଡ଼ିକାଲକୁ ନେବା ପରେ ବ୍ରହ୍ମପୁର ବଡ ମେଡିକାଲ ସ୍ଥାନାନ୍ତର କରାଯାଇ ଚିକିତ୍ସାଧିନ ଅବସ୍ଥାରେ ରହିଥିବା ଜଣାପଡ଼ିଛି। ସୂଚନା ପ୍ରକାରେ, ଆଜି ପାଟପୁର ଅଞ୍ଚଳରୁ ୮ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଏକ ଅଟୋ ଓଡି୦୭ ଟି ୪୬୯୫ ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଛଣମେରୀ ଆଦର୍ଶ ବିଦ୍ୟାଳୟକୁ ଯିବା ସମୟରେ ସାଢେ ୯ ଘଣ୍ଟା ସମୟରେ ଡେଙ୍ଗାଓସ୍ତା – ପଳାସପୁର ରାସ୍ତା କାଳୀ ମନ୍ଦିର ଠାରେ ବିପରୀତ ଦିଗରୁ ଆସୁଥିବା ଟ୍ରାକ୍ଟର ଓଡି୦୭ ଏଜେ ୮୪୬୭ ଧକ୍କା ଦେଇଥିଲା । ଘଟଣାସ୍ଥଳରୁ ସ୍ଥାନୀୟ ଗ୍ରାମବାସୀ ଓ ପୋଲିସ ସହାୟତାରେ ଗୁରୁତର ଛାତ୍ରଛାତ୍ରୀ ଓ ଚାଳକକୁ ଉଦ୍ଧାର କରାଯାଇ ୧୦୮ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା । ବିଦ୍ୟାଳୟ କର୍ମକର୍ତ୍ତା ଓ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ମାନଙ୍କୁ ବ୍ରହ୍ମପୁର ବଡ ମେଡିକାଲ ସ୍ଥାନାନ୍ତରିତ କରାଯାଇଥିଲା । ତେବେ ଅନ୍ୟ କିଛି ଛାତ୍ରଛାତ୍ରୀ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି । ଅପରପକ୍ଷରେ ବଡ଼ମେଡ଼ିକାଲ ପରିସରରେ ଜିଲ୍ଲା ଶିକ୍ଷାଧିକାରୀ ବିନୀତା ସେନାପତି ପହଞ୍ଚି ଛାତ୍ରଛାତ୍ରୀଙ୍କ ଅବସ୍ଥା ପଚାରୀ ବୁଝିବା ସହ ପରିବାର ବର୍ଗଙ୍କ ସହ କଥାବାର୍ତ୍ତା ହୋଇଥିଲେ । ଅନ୍ୟପଟେ ପାଟପୁର ଥାନା ପୋଲିସ ଦୁର୍ଘଟଣା ସ୍ଥାନରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଥିବା ବେଳେ ଟ୍ରାକ୍ଟର ଜବତ କରିବା ସହ ଚାଳକକୁ ଥାନାରେ ଅଟକ ରଖିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ