ଅନ୍ନପୂର୍ଣ୍ଣା ଫାଇନାନ୍ସ ତରଫରୁ ଆନ୍ତର୍ଜାତୀୟ ମହିଳା ଦିବସ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଅନ୍ନପୂର୍ଣ୍ଣା ଫାଇନାନ୍ସ ତରଫରୁ ମହିଳା ନେତୃତ୍ୱକୁ ନେଇ ଏକ ଆଲୋଚନାଚକ୍ର ‘ଆଭା’ ଅନୁଷ୍ଠିତ ହୋଇଯାଇଛି । ହୋଟେଲ ସ୍ୱସ୍ତି ପ୍ରିମିୟମଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଅନ୍ନପୂର୍ଣ୍ଣା ଫାଇନାନ୍ସର ପ୍ରତିଷ୍ଠାତା ଗୋବିନ୍ଦ ପଟ୍ଟନାୟକ ଓ ଶୋଭନୀୟ ଆଶ୍ରମର ଅରୁନ୍ଧତୀ ଦେବୀ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ସିଜିଏମ୍ ଶ୍ରୀମତୀ ରୁମା ଦେ ଯୋଗଦେଇ ମହିଳା ସଶକ୍ତିକରଣ ଉପରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଭିନେତ୍ରୀ ଭୂମିକା ଦାସ, ଦିବ୍ୟା, ମାଷ୍ଟରସେଫ ସ୍ମୃତିଶ୍ରୀ ସିଂ ପ୍ରମୁଖ ଯୋଗଦେଇ ପରିବର୍ତ୍ତନଶୀଳ ମହିଳା ଗୋଷ୍ଠୀ ଓ ଚ୍ୟାଲେଞ୍ଜ ଉପରେ ନିଜର ମତାମତ ରଖିଥିଲେ । ମହିଳା ଏବଂ ମାନସିକ ସ୍ୱାସ୍ଥ୍ୟକୁ ନେଇ ପ୍ରଫେସର ସାରଦା ପ୍ରସନ୍ନ ସ୍ୱାଇଁ ଏବଂ ଡଃ ପଲ୍ଲବୀ ସାହୁ ଆଲୋଚନା କରିଥିଲେ । ମହିଳାମାନେ ନିଜ କର୍ମମୟ ଜୀବନ ସହିତ ନିଜ ସ୍ୱାସ୍ଥ୍ୟକୁ କିପରି ଠିକ୍ ରଖିବେ, ତାକୁ ନେଇ ଗୁରୁତ୍ୱାରୋପ କରାଯାଇଥିଲା । ଶେଷରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିଲା । ପିପୁଲ୍ସ ଫୋରମ ଓ ଅତୁଲ୍ୟ କାରିଗରୀର ମିଳିତ ସହଯୋଗରେ ଆୟୋଜିିତ ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅନ୍ନପୂର୍ଣ୍ଣାର ନିର୍ଦ୍ଦେଶକ ଦିବ୍ୟଜ୍ୟୋତି ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଦିପ୍ତୀମୟୀ ମହାନ୍ତି, ବାଉରୀ ରାଉଳ, ସିଦ୍ଧାର୍ଥ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ଏହି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ଅନ୍ନପୂର୍ଣ୍ଣା ଫାଇନାନ୍ସର ଅଙ୍କିତା ଏବଂ ତାଙ୍କ ଟିମ୍ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ