ଅବସରପ୍ରାପ୍ତ ସୈନିକ ଧ୍ୟାନ ଚାନ୍ଦ ମାରାଣ୍ଡୀଙ୍କୁ ବେଲପାହାଡି ଗ୍ରାମବାସୀଙ୍କ ଭବ୍ୟ ସମ୍ବର୍ଦ୍ଧନା
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ମୟୂରଭଂଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡର ବିଜାତଳା ବ୍ଲକର ନୂସାଡିହି ପଞ୍ଚାୟତର ବେଲପାହାଡି ଗ୍ରାମର ସୁଯୋଗ୍ୟ ସନ୍ତାନ ବୀର ସୈନିକ ଧ୍ୟାନଚାନ୍ଦ ମାରାଣ୍ଡି(୩୫)ଦିର୍ଘ ୧୭ ବର୍ଷ ବିହାର ରେଜିମେଣ୍ଟରେ ଚାକିରି କରି ଏସିପି ହାବିଲଦାର ଯୋଗ ଦେଇ ଅବସର ନେଇଥିଲେ ।ସେ ଜାମ୍ମୁ କାଶ୍ମୀର, ରାଞ୍ଚି, ସିକିମ, ହାଇଦ୍ରାବାଦ, ହିମାଚଳ ପ୍ରଦେଶ, ମେଘାଳୟ,ଅରୁଣାଚଳ ପ୍ରଦେଶ ଭଳି ଦୁର୍ଗମ ସୀମାରେ କାର୍ଯ୍ୟକରି ଦେଶ ସୁରକ୍ଷା ଦାୟିତ୍ବ ସହ ନିଭାଇଥିଲେ । ଦେଶ ମାତୃକାର ସୁରକ୍ଷା ଦାୟିତ୍ୟର ସହ ତୁଲାଇବା ସହ ନିଜକୁ ସୁରକ୍ଷିତ କରି ଅବସର ନେଇ ଘରକୁ ଫେରି ଆସିଥିବାରୁ ବେଲପାହାଡି ଗ୍ରାମବାସୀ ତାଙ୍କୁ ପୁଷ୍ପମାଲ୍ୟ ଦେଇ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଦିର୍ଘ ୩ କିମି ଦୂର ଖନ୍ତ ଛକରୁ ଡ଼ିଜେ ବଜାଇ ବାଜା ଓ ଆଦିବାସୀ ନୃତ୍ୟର ତାଳେ ତାଳେ ତାଙ୍କୁ ଗାଁ ମାଟିକୁ ପାଛୋଟି ନେଇଥିଲେ ।ଗାଁରେ ମହିଳାମାନେ ତାଙ୍କ ପାଦ ଧୋଇ ପୁଷ୍ପମାଲ୍ୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ସେଠାରେ ସେ ଦେଶ ସୁରକ୍ଷାରେ ଦିର୍ଘ ୧୭ ବର୍ଷ ସେବା କରିପାରିଥିବାରୁ ନିଜକୁ ଧନ୍ୟ ମଣିବା ସହ ବେଲପାହାଡି ମାଟି ତାଙ୍କୁ ଜନ୍ମ ଦେଇଥିବାରୁ ମାଟିକୁ ପ୍ରଣାମ କରିଥିଲେ । ଗ୍ରାମବାସୀଙ୍କ ଆଶୀର୍ବାଦ ଯୋଗୁଁ ସେ ଦେଶ ସେବା ହସି ହସି କରିଥିଲେ । ଜାମ୍ମୁକାଶ୍ମୀର ରେ ଆତଙ୍କବାଦୀ ସହ ମଧ୍ୟ ଲଢେଇ କରିଥିଲେ । ଦେଶ ସେବା କରି ସାରିଲା ପରେ ବାକି ଜୀବନ ଯେଉଁ ଗାଁ ,ମାଟି,ପବନରେ ସେ ବଂଚିଛନ୍ତି ତା’ରି ସେବାପାଇଁ ବିତାଇବେ ବୋଲି କହିଥିଲେ ।ସମାଜରେ କୁସଂସ୍କାର, ଲୋକଙ୍କୁ ସଚେତନ କରାଇବା, ସ୍ବଚ୍ଛତା କରାଇବା ଶିକ୍ଷିତ କରାଇବା, ବୃକ୍ଷରୋପଣ କରି ଗାଁକୁ ସବୁଜ କରିବା, ଆଦିବାସୀ ଯୁବଗୋଷ୍ଠୀ ଓ ମହିଳାଙ୍କ ବିକାଶ କରିବା ଇତ୍ୟାଦି ରେ ନିଜକୁ ନିୟୋଜିତ କରିବେ ବୋଲି ଗଣମାଧ୍ୟମକୁ କହିଥିଲେ । ତାଙ୍କୁ ଗାଁ ଲୋକେ ଯେଉଁ ଭବ୍ୟ ସମ୍ବର୍ଦ୍ଧନା ଦେଇଥିଲେ ସେ ଭଲ ପାଇବା,ସ୍ନେହଓ ମମତାକୁ କେବେ ଭୁଲିବେ ନାହିଁ । ଗ୍ରାମର ଶିକ୍ଷକ ସମାୟ ଚରଣ ସୋରେନ, ଛୋଟରାୟ ମାରାଣ୍ଡି, ଫାଗୁରାମ ଟୁଡୁ, ଟିକା ରାମ ସୋରେନ, ନାଏକା ମାଝୀ, ରଂଜନ ସୋରେନ, ଗୁରୁବାର ମାଝୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।


