ପିଇବାକୁ ମିଳୁଛି ଗୋଳି ପାଣି, ହଟିନି ପାଣିର ସମସ୍ୟା
ମୋହନା,(ଅଂଶୁମାନ ପଣ୍ଡା): ରାଜ୍ୟ ସରକାର କୋଟି କୋଟି ଟଙ୍କା ବିନମୟରେ ଗାଁ ଗାଁ ରେ ଖୋଳା ହେଉଛି ନଳକୂପ ସୋଲର ମାଧ୍ୟମରେ ପାଣି ଯୋଗାଇ ଦିଆଯାଉଛି ପାଣି | ସେପରି ବସୁଧା ଜଳ ଯୋଗାଣରେ ପ୍ରତ୍ୟକ ଗାଁକୁ ସରକାର ପାଣି ଯୋଗାଉଛନ୍ତି କିନ୍ତୁ ତାହାର ଅବିକଳ ଦେଖିବାକୁ ମିଳିଛି ମୋହନା ବ୍ଲକରେ ଅଡବା ପଞ୍ଚାୟତ ଅଡବାଗାଁରେ୧୫ଟି ୱାଡ଼ କୁ ନେଇ ଗଠିତ ଏହି ଗ୍ରାମକୁ ଲାଗି ରହିଛି ହରଭଙ୍ଗୀ ଜଳ ପ୍ରପାତ ଲୋକଙ୍କୁ ଭଲ ପାଣି ଯୋଗାଇବା ପାଇଁ ସରକାର ଏହି ଯୋଜନା କରିଥିଲେ କେତେ ଯେ ପରିବାର ନିଜ ଜମି ସରକାରଙ୍କୁ ବିକ୍ରି କରିଦେଲେ ଏହି ଡ୍ରେନ ପାଇଁ, ଏଠାରୁ ଗଞ୍ଜାମ ଜିଲ୍ଲାକୁ ପାଣି ଯୋଗାଯାଉଛି ହେଲେ ସ୍ଥାନୀୟ ଲୋକଙ୍କୁ ମିଳୁନି ଭଲ ପାଣି ଟୋପେ | ଘର ପିଛା ପନ୍ଦର ସହ ଟଙ୍କା ପଞ୍ଚାୟତ ଆଦାୟ କରି ନେଲେ ଭଲ ପାଣି ଯୋଗାଇବାକୁ କିନ୍ତୁ ପାଣି ଟାଙ୍କି ନିର୍ମାଣ ହୋଇ ଖତ ଖାଉଛି | କିନ୍ତୁ ପାଣି ମିଳୁନି ଲୋକେ ଡ୍ରେନ ଭିତରେ ଥିବା ପାଇପରୁ ପାଣି ନେଉଥିବା ଦେଖିବାକୁ ମିଳିଛି | ଏପରିକି ସିଧା ନଦୀରୁ ପାଇପ ପକାଇ ଗ୍ରାମକୁ ପାଣି ଛଡ଼ାଯାଉଛି ନା ଅଛି ଫିଲଟର ସୁଭିଧା | ଗୋଳି ପାଣି ଓ କାଦୁଅ ପାଣି ପିଇବାକୁ ପଡୁଛି | ଏହି ପାଣି ପିଇବା ଦ୍ୱାରା ଲୋକମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି | ସିଧା ସଳଖ ଖୁଲମ ଖୁଲା ବିଦ୍ୟୁତ୍ ତାର ବିଞ୍ଚେଇ ହୋଇ ପଡିଛି ନଦୀ ପାଶ୍ୱରେ କିଏ ଜଣେ କେବେ ଅଘଟଣ ଘଟିପାରେ ଗୋରୁ ଗାଈ ଚରୁଥିବା ବେଳେ ଏହାର ଶିକାର ହୋଇପାରନ୍ତି | ଏହି ବିଷୟରେ ମଟର ଚାଳକଙ୍କୁ ପଚାରିବାରୁ ସେ କହିଛନ୍ତି ୮ମାସ ହେଲାଣି ପମ୍ପ ଖରାପ ହୋଇ ପଡିଛି, ତେଣୁ ଗୋଟେ ପମ୍ପ ଦୁରା ପାଣି ଛଡା ଯାଉଛି ତେଣୁ ଭଲସେ ପାଣି ପହଞ୍ଚି ପାରୁନି | ଏପରିକି ତାଙ୍କୁ ମଧ୍ୟ ମାସିକ ପାଉଣା କମ ମିଳୁ ଥିବାରୁ ସେ ମଧ୍ୟ ଦୁଃଖିତ, ତେବେ ଏହି ପାଣିର ଅସୁଭିଧା କେବେ ସମାଧାନ ହେବ ଓ ନୂତନ ଟାଙ୍କିରୁ ଫିଲଟର ପାଣି ମିଳିବ ଲୋକଙ୍କୁ ଓ ଲୋକେ ରୋଗରୁ ମୁକ୍ତ ହେବେ |


