ଆଇଟମ୍ ଡ୍ୟାନ୍ସ କରିବେ ରିୟା !

ଆଜିକାଲି ଅଭିନେତ୍ରୀମାନେ ଫିଲ୍ମରେ ଆଇଟମ୍ ଡ୍ୟାନ୍ସ କରୁଥିବା ଦେଖାଯାଉଛି । ବଲିଉଡରେ ଏମିତି ଅନେକ ଫିଲ୍ମ ରହିଛି, ଯେଉଁଥିରେ ହିରୋଇନମାନେ ଆଇଟମ୍ ଡ୍ୟାନ୍ସ କରିଛନ୍ତି । ଯଦି ସୁଯାଗ ମିଳେ ତା’ହେଲେ ଓଲିଉଡ୍ ଅଭିନେତ୍ରୀ ରିୟା କୌଣସି ଫିଲ୍ମରେ ଆଇଟମ୍ ଡ୍ୟାନ୍ସ କରିବେ କି? କିଛି ମାସ ତଳେ ତାଙ୍କୁ ଏହି ପ୍ରଶ୍ନ କରାଯାଇଥିଲା । ଏହି ପ୍ରଶ୍ନର ଉତ୍ତରରେ ରିୟା କହିଥିଲେ, “ମୁଁ ଯେଉଁ ଫିଲ୍ମରେ କାମ କରିବି ସେଥିରେ ଆଇଟମ୍ ଡ୍ୟାନ୍ସ କରିବାକୁ ପସନ୍ଦ କରିବି । ଅନ୍ୟ କାହା ଫିଲ୍ମରେ ଆଇଟମ୍ ଡ୍ୟାନ୍ସ କରିବାକୁ ମୋର ଇଚ୍ଛା ନାହିଁ । ଆଜି ପର୍ଯ୍ୟନ୍ତ ମୋତେ ମୋ ଫିଲ୍ମରେ ଆଇଟମ୍ ନମ୍ବର କରିବାର ସୁଯୋଗ ମିଳିନି ବୋଲି ମୁଁ କରିନି । ଆଗକୁ ଏମିତି ସୁଯାଗ ମିଳିଲେ ନିଶ୍ଚିତ କରିବି । ସେ “ଗୋଲାପି ଗୋଲାପି’, “ତୋର ଦିନେ କୁ ମାର ଦିନେ’, “କଥା ଦେଲି ମଥା ଛୁଇଁ’, “ପ୍ରେମ ଅଢ଼େଇ ଅକ୍ଷର’ ଓ “ପାଗଳ କରିଚୁ ତୁ’ ଆଦି ଫିଲ୍ମରେ ରିୟା ଅଭିନୟ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ