“ରାଧେ’ର ଆରମ୍ଭ ହେଲା ଶୁଟିଂ
ବଲିଉଡ୍ ଭାଇଜାନ୍ ସଲମାନ୍ ଖାନ୍ଙ୍କ ଆଗାମୀ ଫିଲ୍ମ “ରାଧେ’ର ଶୁଟିଂ ଆରମ୍ଭ ହୋଇଛି । ଏହି ଫିଲ୍ମ ଆସନ୍ତା ବର୍ଷ ଇଦ୍ ଅବସରରେ ମୁକ୍ତିଲାଭ କରିବ । ସଲମାନ୍ ଶୁକ୍ରବାର ନିଜ ଟୁଇଟର ପେଜରେ ଫିଲ୍ମର ମହୁରତ୍ ବେଳର ଫଟୋ ଶେୟାର କରିଛନ୍ତି । ଫିଲ୍ମରେ ମୁଖ୍ୟ ଭୂମିକାରେ ସଲମାନଙ୍କ ସହ ଦିଶା ପଟାନୀଙ୍କୁ ଦେଖିବାକୁ ମିଳିବ । “ଭାରତ’ ପରେ ସଲମାନ୍ ଓ ଦିଶା ଦ୍ୱିତୀୟ ଥର ପାଇଁ ଏହି ଫିଲ୍ମରେ ଏକାଠି ନଜର ଆସିବେ । ଭାଇଜାନ୍ଙ୍କ ସାନଭାଇ ସାହେଲ ଖାନ୍ ଫିଲ୍ମ ପ୍ରଯାଜନା କରୁଥିବା ବେଳେ ନିର୍ଦ୍ଦେଶନା ଦେବେ ପ୍ରଭୁଦେବା । ପୂର୍ବରୁ ସଲମାନ୍ ଓ ପ୍ରଭୁଦେବା “ଓ୍ବାଣ୍ଟେଡ୍’ରେ ଏକାଠି କାମ କରିଛନ୍ତି । ସଲମାନଙ୍କ “ଦବଙ୍ଗ-୩’ରେ ମଧ୍ୟ ପ୍ରଭୁଦେବା ନିର୍ଦ୍ଦେଶନା ଦେଇଛନ୍ତି । ଉଲ୍ଲେଖଥାଉ କି, ଆସନ୍ତାବର୍ଷ ଇଦରେ ସଲମାନ୍ ଓ ଆଲିୟାଙ୍କ ଫିଲ୍ମ “ଇନସଆଲ୍ଲା’ ରିଲିଜ୍ ହେବାର ଥିଲା । କିନ୍ତୁ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଁଶାଲୀ ଏହାର ଶୁଟିଂ ଅଧାରୁ ବନ୍ଦ କରିଦେଇଥିଲେ । ୨୦୨୦ ଇଦରେ ସଲମାନ୍ଙ୍କ “ରାଧେ’ ଓ ଅକ୍ଷୟ କୁମାରଙ୍କ “ଲକ୍ଷ୍ମୀବମ୍ବ’ ଏକାଠି ବଡ଼ ପରଦାରେ ମୁକ୍ତିଲାଭ କରିବ । ଏହି ଫିଲ୍ମରେ ଅକ୍ଷୟ କୁମାର ଜଣେ କିନ୍ନର ଭୂମିକାରେ ନଜର ଆସିବେ । ତାଙ୍କ ବିପକ୍ଷରେ “କବୀର ସିଂ’ ଆକ୍ଟ୍ରେସ୍ କିଆରା ଆଡଭାନୀ ଅଭିନୟ କରିଛନ୍ତି ।


