ସ୍ତ୍ରୀ ଙ୍କୁ ହତ୍ୟା ଉଦ୍ୟମ ମାମଲା ଅଭିଯୁକ୍ତ ସ୍ବାମୀ ଗିରଫ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ପୋଲିସ ଶୁକ୍ରବାର କଇଠଡ଼ା ଗ୍ରାମର ଏସ.ନାଲେୟା ରେଡ୍ଡୀ ଙ୍କୁ ଥାନା ମାମଲା ନଂ.୨୪୦/୨୩ ଅନୁଯାୟୀ କୋର୍ଟ ଚାଲାଣ କରିଛନ୍ତି।ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତ ଙ୍କୁ ଦିଗପହଣ୍ଡି ସବ୍ ଜେଲ ହାଜତକୁ ପଠାଇ ଦିଆଯାଇଛି।ଅଭିଯୁକ୍ତ ନାଲେୟା ତାଙ୍କ ସ୍ତ୍ରୀ ଏସ.ଆରତୀ ରେଡ୍ଡୀ ଙ୍କୁ ଯୌତୁକ ପାଇଁ ବହୁ ଦିନ ହେଲା ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇ ଆସୁଥିଲେ। ଗତ ଗୁରୁବାର ସକାଳ ପ୍ରାୟ ୮ ଟା ସମୟରେ ନାଲେୟା ଏକ କାତି ରେ ତାଙ୍କ ସ୍ତ୍ରୀ ଙ୍କୁ ଜୀବନରେ ମାରିଦେବା ଉଦ୍ଦେଶ୍ୟ ରେ ଆକ୍ରମଣ କରିଥିଲେ। ସାହି ପଡୋଶୀ ପହଞ୍ଚି ଆରତୀ ଙ୍କୁ ଉଦ୍ଧାର କରିଥିଲେ।ଏନେଇ ଆରତୀ ଦିଗପହଣ୍ଡି ଥାନାରେ ପହଞ୍ଚି ଏତଲା ଦେବା ପରେ ପୋଲିସ ଅଭିଯୁକ୍ତ ଙ୍କ ବିରୋଧରେ ମକଦ୍ଦମା ରୁଜୁ କରି ତାଙ୍କୁ ଗିରଫ କରିଥିଲେ।


