ଆପୋଲୋ ହସ୍ପିଟାଲ କର୍ମଚାରୀ ସଂଘର ବାର୍ଷିକ ସମ୍ମିଳନୀ
ଭୁବନେଶ୍ୱର -: ଗୁରୁବାର ଦୂର ସଞ୍ଚାର ତାଲିମ ଗୃହଠାରେ ଭୁବନେଶ୍ୱର ଅପୋଲୋ କର୍ମଚାରୀ ସଂଘର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ପ୍ରାୟ ୧୫୦ ଜଣ କର୍ମଚାରୀ ଯୋଗ ଦେଇଥିଲେ । କର୍ମଚାରୀମାନଙ୍କ ସୁବିଧା ଅସୁବିଧା ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । କର୍ମଚାରୀମାନଙ୍କ କର୍ମସ୍ଥଳୀରେ ଯେଉଁସବୁ ସମସ୍ୟାଗୁଡ଼ିକ ଅଛି ସେହି ସମସ୍ୟାର ସମାଧାନ କିପରି ହୋଇପାରିବ ତାହା ଆଲୋଚନା କରାଯାଇଥିଲା । ଏହି ସମ୍ମିଳନୀରେ ଆପୋଲୋ କର୍ମଚାୀ ସଂଘର ସାଧାରଣ ସମ୍ପାଦକ ଗଙ୍ଗାଧର ମହନ୍ତ, ସାଂଗଠନିକ ସମ୍ପାଦକ ପାର୍ଥସାରଥୀ ମହାନ୍ତି, ବ୍ରଜେନ୍ଦ୍ର ନାୟକ, ବସନ୍ତ ରାଉତ, ଗୌରାଙ୍ଗ ନାୟକ, ଅଜୟ କୁମାର ଜେନା, ଚନ୍ଦନ ନାୟକ, ବିଷ୍ଣୁପ୍ରିୟା ନାୟକ, ପ୍ରଭାକର ଜେନା, ରାଜେନ୍ଦ୍ର ଘଡ଼େଇ, ଦେବାନନ୍ଦ ଦାସ, ପ୍ରଭାତ ଜେନା, ଙ୍କ ସମେତ ସଂଘର ସମସ୍ତ ସଭ୍ୟ ଯୋଗଦେଇ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ସଭାପତି ଶାନ୍ତନୁ ମହାପାତ୍ରଙ୍କ ଦ୍ୱାରା ସଭା ପରିଚାଳନା କରାଯାଇଥିଲା ଏବଂ ଆଗକୁ ଆପୋଲୋ ହସ୍ପିଟାଲ ପରିଚାଳନା ଅଧିକାରୀଙ୍କ ସହିତ କିପରି ଆପୋଶ ଆଲୋଚନା ମାଧ୍ୟମରେ କର୍ମଚାରୀମାନଙ୍କ ଭିତରେ ରହିଥିବା ସମସ୍ୟା ଗୁଡ଼ିକର କିପରି ସମାଧାନ କରାଯାଇପାରିବ, ସେ ବିଷୟରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଭାରତୀୟ ମଜଦୁର ସଂଘର ରାଜ୍ୟ ସମ୍ପାଦକ ବିନୟ କୁମାର ରାଉତ, ମୁଖ୍ୟ ବକ୍ତା ଭାବେ ରାଜ୍ୟ ଉପସଭାପତି ତଥା ବିଶିଷ୍ଟ ଓକିଲ ପୃଥିବୀରାଜ ପଣ୍ଡା, ସମ୍ମାନିତ ଅତିଥି ଭାବେ ଜିଲ୍ଲା ସମ୍ପାଦିକା ଶାନ୍ତି ଲତା ସେଠୀ, ମନୋଜ ବସନ୍ତ ରାୟ, ମୁକ୍ତିକାନ୍ତ ସାହୁ, ପରେଶ ନାଥ ଧଳ, ପ୍ରତାପ ରାଉତ, ମନୋଜ ଖିଲାର ପ୍ରମୁଖ ଯୋଗ ଦେଇଥିଲେ । ଭାରତୀୟ ମଜଦୁର ସଂଘର ସଂଘୀୟ ବିଚାରଧାରା ଓ ସଂଘକୁ କିପରି ଦୃଢ ଓ ଶକ୍ତିଶାଳୀ କରାଯାଇ ପାରିବ, ସେ ବିଷୟରେ ଉପାଦେୟ ବକ୍ତବ୍ୟ ରଖିଥିଲେ । ପରିଶେଷରେ ସଂଘର ସଭାପତି ମୁଖ୍ୟ ପ୍ରସଙ୍ଗଗୁଡ଼ିକୁ ପୁଣିଥରେ ଦୋହରାଇଥିଲେ ଏବଂ ସଂଘର ସାଧାରଣ ସମ୍ପାଦକ ସଜ୍ଜନମଣ୍ଡଳୀଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରାଯାଇଥିଲା ।


