ଗିରିସୋଲାର ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ
ଭଞ୍ଜନଗର- ଗୁରୁବାର ଗିରିସୋଲାର ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ଏହି ଉତ୍ସବରେ ସୀମାଞ୍ଚଳ ପ୍ରଧାନ ସଭାପତିତ୍ୱ କରିଥିଲେ । ଏଥିରେ ଭଞ୍ଜନଗର ବନ ବିଭାଗର ଅବସରପ୍ରାପ୍ତ ଅଧିକାରୀ ସୂଳପାଣି ଶତପଥୀ ମୁଖ୍ୟଅତିଥି ଭାବେ ଯୋଗଦେଇ ପିଲାଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟପଟେ ଏହି କାର୍ଯ୍ୟକ୍ରମରେ ବଙ୍କା ସରପଞ୍ଚ ରୋହିତ ଲେଙ୍କା,ସମିତିସଭ୍ୟଙ୍କ ପ୍ରତିନିଧି ନାରାୟଣ ସ୍ୱାଇଁ, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ଏବଂ ଅଭିଭାବକମାନେ ଯୋଗଦେଇଥିଲେ । ପ୍ରଧାନଶିକ୍ଷୟିତ୍ରୀ ସଂଧ୍ୟା ପାତ୍ର ସହକାରୀ ଶିକ୍ଷକ ଓ ଶିକ୍ଷୟିତ୍ରୀ ସହଯୋଗରେ ଉତ୍ସବଟି ଆୟୋଜନ କରାଯାଇଥିଲା । ଏଥିରେ କୃତିଛାତ୍ରଛାତ୍ରୀ ମାନଙ୍କୁ ପୁରଷ୍କାର ପ୍ରଦାନ କରାଯିବା ସହ ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶେଷରେ ଜିତେନ୍ଦ୍ର କୁମାର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


