ଆମରଣ ଅନଶନରେ ଥିବା ୪ କାରାଗାର କର୍ମଚାରୀଙ୍କ ଅବସ୍ଥା ଗୁରୁତର

କରଞ୍ଜିଆ, (ଜିତେନ୍ଦ୍ର ରାଜ):ଦୀର୍ଘ ଦିନରୁ କାରାଗାର କର୍ମଚାରୀମାନେ ୫ ଦଫା ଦାବି ରାଜ୍ୟ ସରକାରଙ୍କୁ ଦେବା ପରେ ମଧ୍ୟ କୈାଣସି ପ୍ରକାର ସମାଧାନର ପ୍ରତିଶ୍ରୁତି ନମିଳିବାରୁ ସେମାନେ କଳାବ୍ୟାଚ ପରିଧାନ କରିବା ସହ ଗତକାଲି ଠାରୁ ଆମରଣ ଅନଶନରେ ବସିଥିଲେ। କରଞ୍ଜିଆ ଉପ କାରାଗାରରେ କାର୍ଯ୍ୟରତ ଥିବା ୧୦ କର୍ମଚାରୀ ସେହି ଦିନଠାରୁ କଳାବ୍ୟାଚ ପରିଧାନ କରିବା ସହ ଗତକାଲି ଠାରୁ ଆମରଣ ଅନଶନରେ ବସିଥିଲେ। ସେମାନଙ୍କ ମଧ୍ୟରୁ ସୁବାସ ଚନ୍ଦ୍ର ଟୁଡୁ, ହାବିଲଦାର ଗୁମାନ ଜାମୁଦା, ଜଗଦୀଶ ସେଠୀ ଓ ସ୍ୱାଗତ ରଥଙ୍କ ଅଵସ୍ଥା ଗୁରୁତର ହେବାରୁ ସେମାନଙ୍କୁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ତେବେ ଯଦି ଏହିପରି ପରିସ୍ଥିତି ଲାଗିରହେ ସମସ୍ତ କାରାଗାର କର୍ମଚାରୀ କିଛି ଦିନ ମଧ୍ୟରେ ଚିକିତ୍ସାଳୟରେ ଭର୍ତ୍ତି ହେବେ ବୋଲି ଜଣାପଡୁଛି। ତେଣୁ ରାଜ୍ୟ ସରକାର ସେମାନଙ୍କ ସମସ୍ୟା ବିଷୟରେ ତୁରନ୍ତ ପଦକ୍ଷେପ ନେବାକୁ ସେମାନେ ଅନୁରୋଧ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ