ବିଜେପି ପକ୍ଷରୁ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ ଅନୁଷ୍ଠିତ
କରଞ୍ଜିଆ, (ଜିତେନ୍ଦ୍ର ରାଜ):ମୟୁରଭଞ୍ଜ ଜିଲ୍ଲା ବିଜେପି କରଞ୍ଜିଆ ଗ୍ରାମୀଣ ମଣ୍ଡଳ କମିଟି ପକ୍ଷରୁ ଆଜି କରଞ୍ଜିଆ ବ୍ଲକର ରସମତଳା ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କରାଯାଇ ଦାବିପତ୍ର ପ୍ରଦାନ କରାଯାଇଛି । କରଞ୍ଜିଆ ଗ୍ରାମୀଣ ମଣ୍ଡଳର ଦେବେନ୍ଦ୍ର ମହାନ୍ତ ଙ୍କ ନେତୃତ୍ବରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଆୟୋଜିତ ଏହି ଘେରାଉ କାର୍ଯ୍ୟକ୍ରମ ରେ ରସମତଳା ପଞ୍ଚାୟତ ର ଶତାଧିକ ପୁରୁଷ, ମହିଳା ବୃଦ୍ଧ ବୃଦ୍ଧା ଯୋଗଦେଇ ପ୍ରତି ଗ୍ରାମର ମୁଖ୍ୟ ସମସ୍ୟା ଯଥା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଯୋଗ୍ୟ ହିତାଧିକାରୀ ଚୟନ, ବିଧବା, ବାର୍ଦ୍ଧକ୍ୟ ଭତ୍ତା ପାଇଁ ଆବେଦନ କରିଥିବା ହିତାଧିକାରୀ ଙ୍କୁ ଭତ୍ତା ପ୍ରଦାନ ଓ ଉଭୟ ପଞ୍ଚାୟତ ର ବିଭିନ୍ନ ସମସ୍ୟା ର ସମାଧାନ ପାଇଁ ଦାବି ରଖିଥିଲେ ଏହି ଘେରାଉ କାର୍ଯ୍ୟକ୍ରମରେ ,ବରିଷ୍ଠ ନେତା କୃପାସିନ୍ଧୁ ମହାନ୍ତ,କରଞ୍ଜିଆ ନିର୍ବାଚନ ମଣ୍ଡଳୀ ସଂଯୋଜକ ତଥା ଜିଲ୍ଲା ସାଧାରଣ ସମ୍ପାଦକ ଆଶିଷ କୁମାର ମହାନ୍ତ, ଜିଲ୍ଲା ଆଇନ ମୋର୍ଚ୍ଚା ସଭାପତି ତଥା କେନ୍ଦୁଝର ଲୋକସଭା କ୍ଷେତ୍ରର ଆଇନ ମୋର୍ଚ୍ଚା ସଂଯୋଜକ ମଦନ ମୋହନ ମହାନ୍ତ,କରଞ୍ଜିଆ ନଗର ସଭାପତି ମହେଶ୍ୱର ସାହା,ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚାର କାର୍ଯ୍ୟକାରୀ ସଭ୍ୟ ଜନାର୍ଦ୍ଦନ ବେହେରା,ମଣ୍ଡଳ ସମ୍ପାଦିକା ଯଶୋଦା ମହାନ୍ତ,ପଞ୍ଚାୟତ ବିଜେପି ସଭାପତି ସୌମ୍ୟରଞ୍ଜନ ସେଠୀ ଏବଂ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତାମାନେ ସହଯୋଗ କରିଥିଲେ ।


