ଆମେ ବିପଦରେ ସାଥି ସାଜିଲେ ଦେବଦୂତ
ଯାଜପୁର, (ଓ୍ବାଇଏନ୍ଏସ୍):ଏକା ମହତ୍ ଉଦ୍ଧେଶ୍ୟ ରଖି ପାଣିକୋଇଲି ଅଞ୍ଚଳରେ ଆମେ ବିପଦରେ ସାଥି ନାମରେ ଏକ ସଂଗଠନ ଗଢିଉଠିଥିଲା l ଏହି ସଂଗଠନ ର ଉଦେଶ୍ୟ ଥିଲା ଗରିବ ଅବହେଳିତଙ୍କୁ ସାହାର୍ଯ୍ୟର ହାତ ବଢାଇବା l ଧିରେ ଧିରେ ଏହି ସଂଗଠନ ରେ ବହୁ ବଦାନ୍ୟ ବ୍ୟକ୍ତି ସାମିଲ ହେଲେ ଆଉ ସ୍ଥାନୀୟ ଅଞ୍ଚଳ ରେ ରକ୍ତଦାନ ଠାରୁ ଆରମ୍ଭ କରି ବହୁ ସେବା କରିବାର ସୁଯୋଗ ପାଇଲେ l ସରକାରଙ୍କ ପକ୍ଷରୁ ଲକଡାଉନ ହେଲା l ରାସ୍ତା କଡ଼ରେ ରହୁଥିବା ବହୁ ଅସହାୟ, ମାନସିକ ଦୁସ୍ଥ ବ୍ୟକ୍ତି ଓ ଭିନ୍ନକ୍ଷମ ଖାଦ୍ୟ ପାଇଁ ଆଉଟୁ ପାଉଟୁ ହେଉ ଥିଲେ l ଏହାକୁ ଦେଖି ଏହି ସଂଗଠନର ସଭ୍ୟମାନେ କିଛି ଖାଦ୍ୟ ଦେବା ପାଇଁ ଲାଗିପଡିଲେ l ଏହି ସମୟରେ ସଠିପୁର ସ୍ଥିତ ବିଦ୍ୟାର୍ଥୀ ରେସିଡେନସିଆଲ ହାଇସ୍କୁଲ ର ନିର୍ଦ୍ଧେଶକ ପ୍ରତାପ ଚନ୍ଦ୍ର ଧଳ ପ୍ରଥମେ ଖାଦ୍ୟ ରୋଷୋଇ କରି ଦେବା ଆରମ୍ଭ କଲେ l ଏଥିରେ ମଧ୍ୟ ସ୍ଥାନୀୟ ପାଣିକୋଇଲି ଥାନାଧିକାରୀ ଅଜୟ କୁମାର ଜେନା ଓ କିଛି ପୋଲିସ କର୍ମଚାରୀଙ୍କର ପୂର୍ଣ୍ଣ ସହଯୋଗ ରହିଲା l କିଛି ଦିନ ପରେ ସ୍ଥାନୀୟ ଅଞ୍ଚଳର ବଦାନ୍ୟ ବ୍ୟକ୍ତି, ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି, ସରକାରୀ / ବେସରକାରୀ ଅଧିକାରୀ ଓ କର୍ମଚାରୀ ଆଗକୁ ଆସି ସହଯୋଗର ହାତ ବଢ଼ାଇଲେ l ସେହିଦିନ ଠାରୁ ଦିନ ଓ ରାତି ରେ ପଥଚାରୀଙ୍କୁ ଖାଦ୍ୟ ବଣ୍ଟନ କରାଗଲା l ସବୁଠାରୁ ଗୁରୁତ୍ତ୍ବପୂର୍ଣ୍ଣ ଥିଲା ଖାଦ୍ୟ ବଣ୍ଟନ l ଲକଡାଉନ ଚାଲିଥିବା ବେଳେ ସମସ୍ତେ ଘରେ ରହୁଥିଲେ କିନ୍ତୁ ଏହି ସଂଗଠନର କିଛି ସଦସ୍ୟ ସବୁଦିନ ଖାଦ୍ୟ ବଣ୍ଟନ କାର୍ଯ୍ୟରେ ଲାଗିବା ପାଇଁ ସ୍ଵଇଛାରେ ବାହାରି ଆସିଲେ l ସେମାନଙ୍କର ଏହି ଭୂମିକାକୁ ସ୍ଥାନୀୟ ଅଞ୍ଚଳରେ ବହୁ ପ୍ରଶଂସନିୟ ପାଲଟିଛି l ତା୨୪/୦୫/୨୦୨୦ ରିଖ ରେ ୫୦ତମ ଦିନ ଖାଦ୍ୟ ବଣ୍ଟନ ରେ ଚଉଦ ଶହରୁ ଅଧିକ ପଥଚାରୀଙ୍କୁ ଖାଇବାକୁ ଦିଆଯାଇଥିବା ବେଳେ ୫୦ ଦିନରେ ଦିନ ଓ ରାତିରେ ଚବିଶ ହଜାର ରୁ ଅଧିକ ଲୋକଙ୍କୁ ଖାଦ୍ୟ ଦିଆଯିବା ଓ ସ୍କାଉଟ ଗାଇଡ ପକ୍ଷରୁ ମାସ୍କ ବଣ୍ଟନ କରାଯାଇଛି l ଏହି ଖାଦ୍ୟ ବଣ୍ଟନ କାର୍ଯ୍ୟ ଲକଡାଉନ ଚାଲିଥିବା ପର୍ଯନ୍ତ ଚାଲିବ ବୋଲି ସଂଗଠନ ପକ୍ଷରୁ ସୂଚନା ମିଳିଛି l ମହତ ଉଦ୍ଧେଶ୍ୟ ହୋଇଥିବା ଏହି ସଂଗଠନ ସଫଳ ହୋଇଛି ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଥିବା ଶୁଣିବାକୁ ମିଳୁଛି l


