ଶ୍ରମିକ ଟ୍ରେନ ରେ ଆଜି ୧୬୦୦ ରୁ ଉର୍ଦ୍ଧ ପ୍ରବାସୀ ଓଡିଶା ଆସିଛନ୍ତି

ଭବାନୀପାଟଣା, (ଓ୍ବାଇଏନ୍ଏସ୍):ଗୋଆ ର କର୍ମାଲି ରୁ ପ୍ରବାସୀ ଓଡ଼ିଆକୁ ନେଇ ଆସୁଥିବା ଏକ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ ଆଜି ଦିନ ୩.୪୦ ଭବାନୀପାଟଣା ଷ୍ଟେସନ ରେ ପହଁଚିଛି । ଏଥିରେ ୧୬୦୦ ରୁ ଉର୍ଦ୍ଧ ପ୍ରବାସୀ ଓଡ଼ିଆ ଆସିଛନ୍ତି । ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇ ଥିବା ବେଳେ ଶ୍ରମିକଙ୍କ ପଞ୍ଜିକରଣ, ଥର୍ମାଲ ସ୍କ୍ରିନିଂ କରାଯିବ ସହ ଭୋଜନ ର ବ୍ୟବସ୍ଥା କରାଯାଇଛି । ପ୍ରବାସୀ ମାନେ କନ୍ଧମାଳ, ରାୟଗଡା, ମୟୁରଭଞ୍ଜ, ସୁନ୍ଦରଗଡ, ବାଲେଶ୍ଵର, ଗଞ୍ଜାମ, ଅନୁଗୁଳ ଆଦି ଜିଲ୍ଲାର ହୋଇଥିବା ବେଳେ ସେମାନଙ୍କୁ ବସ ଯୋଗେ ପଠାଯିବାର ବ୍ୟବସ୍ଥା କରାଯାଇଛି ।କରୋନା ସଂକ୍ରମଣ କୁ ଏଡ଼ାଇବା ନେଇ ଗତ ରାତି ୧୨ଟା ରୁ ଆସନ୍ତାକାଲି ସକାଳ ୬ ଟା ଯାଏ ଭବାନୀପାଟଣା ଟାଉନ ଥାନା ଓ ରେଳ ଷ୍ଟେସନ ଆଖପାଖ ଅଂଚଳକୁ ୧୪୪ କାର୍ଫୁ ଜରି କରାଯାଇଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ